
ବଲାଙ୍ଗିର, (କେପିଏନ୍ଏସ୍) : ଉତ୍କଳ ପ୍ରାଦେଶିକ ମାରୱାଡ଼ୀ ସମ୍ମିଳନୀ ବଲାଙ୍ଗିର ଶାଖାର ପରିଚାଳନାରେ ସମାଜସେବାର ଭାବନାକୁ ଆଗକୁ ବଢ଼ାଇ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ସମ୍ମିଳନୀର କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କେଜ୍ରିୱାଲ ଓ ତାଙ୍କ ପରିବାର ପକ୍ଷରୁ ନଗରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଥିବା ତାଙ୍କ ପ୍ରତିଷ୍ଠାନ ଆଗରେ ଛାଛ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ତୀବ୍ର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାହାଗିରି ଓ ସାଧାରଣ ଲୋକଙ୍କୁ ଶୀତଳ ଛାଛ ପ୍ରଦାନ କରି ସହଜାନୁଭୂତି ଓ ରାହତ ଦେବାର ଏହି ପ୍ରୟାସକୁ ସମସ୍ତଙ୍କ ଦ୍ୱାରା ବହୁତ ପ୍ରଶଂସା କରାଯାଇଛି । ଏହି ଅବସରରେ ଶାଖା ଅଧ୍ୟକ୍ଷ ସୁଶୀଲ ଅଗ୍ରୱାଲ, ସଚିବ କନ୍ହେୟାଲାଲ ଅଗ୍ରୱାଲ, ପ୍ରାନ୍ତୀୟ ମିଡିଆ ପ୍ରଭାରୀ ସାମ୍ବାଦିକ ପବନ ଅଗ୍ରୱାଲ, ଉପଦେଷ୍ଟା ରାଜେଶ ଜୈନ, ପ୍ରକାଶ କେଜ୍ରିୱାଲ ସହିତ ମନୋଜ କେଜ୍ରିୱାଲଙ୍କ ସମଗ୍ର ପରିବାରର ବିଶେଷ ସହଯୋଗ ରହିଥିଲା । ବଲାଙ୍ଗିର ଶାଖା ପକ୍ଷରୁ ସମସ୍ତଙ୍କୁ ଏପରି ସାମାଜିକ କାର୍ଯ୍ୟରେ ଆଗକୁ ବଢ଼ି ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇଛି । ଯାହା ଦ୍ୱାରା ସମାଜରେ ସେବା ଓ ସହଯୋଗର ଭାବନା ଆହୁରି ଶକ୍ତିଶାଳୀ ହେବ ।