
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ଜଣେ ପ୍ରତିଷ୍ଠିତ ସମାଜସେବୀ ସ୍ୱର୍ଗତ ତାରା ପଣ୍ଡାଙ୍କ ମାତା ତଥା ଧର୍ମପରାୟଣୀ ମାତାଶ୍ରୀ ସ୍ୱର୍ଗୀୟ ଶାନ୍ତିପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଛତ୍ରପୁର ସ୍ଥିତ ଗୌରୀ ଶଙ୍କର କଲ୍ୟାଣ ମଣ୍ଡପରେ ସମାହିତ ହୋଇଯାଇଛି । ସାରସ୍ୱତ ସମ୍ମାନର ସହ ମାତାଶ୍ରୀ ସ୍ୱର୍ଗୀୟ ଶାନ୍ତିପଣ୍ଡାଙ୍କ ପ୍ରତି ବହୁ ଗଣ୍ୟମାନ୍ୟ ଅତିଥି, ବ୍ୟକ୍ତିବିଶେଷ୍ୟଗଣ ଯୋଗଦେଇ ତାଙ୍କରି ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଉକ୍ତ ସ୍ମୃତିଚାରଣ ସଭାରେ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ବିଧାୟକଙ୍କ ସହ ଆସିଥିବା ତାଙ୍କରି ଦଳୀୟ ନେତା, କର୍ମୀ ଏବଂ ବିଭିନ୍ନ ବର୍ଗର ନେତା ନେତ୍ତୃବର୍ଗ, ରାମଚଣ୍ଡୀ ମନ୍ଦିରର ସ୍ଥାପତ୍ୟ ପଣ୍ଡିତ ବିଜୟ କୁମାର ତ୍ରିପାଠୀ, ରାମଚଣ୍ଡୀ ମନ୍ଦିରର କମିଟି ଟ୍ରଷ୍ଟ ବୋର୍ଡ଼, ପୂଜା କମିଟି ଏବଂ ବନ୍ଧୁବର୍ଗ ପ୍ରମୁଖ ଉପସ୍ଥିତ ରହି ଉକ୍ତ ସ୍ମୃତିଚାରଣ ସଭାରେ ସାମିଲ୍ ହୋଇ ସ୍ୱର୍ଗୀୟ ମାତାଶ୍ରୀ ସ୍ୱର୍ଗୀୟ ଶାନ୍ତିପଣ୍ଡାଙ୍କ ଗୁଣାବଳୀ ଉପରେ ସ୍ମରଣ କରିଥିଲେ । ମାତାଶ୍ରୀ ସ୍ୱର୍ଗୀୟ ଶାନ୍ତିପଣ୍ଡାଙ୍କ ନାତି କମଲ କୁମାର୍ ପଣ୍ଡା, ବିମଲ୍ କୁମାର୍ ପଣ୍ଡା, ନାତି ନାତୁଣୀ ବନ୍ଧୁ ବର୍ଗ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।