pr

ରିକାପଲ୍ଲୀ ସ୍କୁଲ ହଷ୍ଟେଲର ନୂତନ କୋଠା ଉଦଘାଟିତ

dr. purohit

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପୌରପାଳିକା ଅଞ୍ଚଳର ରିକାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ ହଷ୍ଟେଲର ନୂତନ କୋଠା ରବିବାର ଉଦଘାଟିତ ହୋଇଯାଇଛି । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ସ୍ଥାନୀୟ କାଉନସିଲର ଦେବାଶିଷ ମିଶ୍ରଙ୍କ ସମେତ ଶିକ୍ଷାବିଭାଗର ଅଧିକାରୀ ଗଣ ଯୋଗଦେଇଥିଲେ । ଶିକ୍ଷା ବିଭାଗ ପକ୍ଷରୁ ସରକାରୀ ଖର୍ଚ୍ଚରେ ଏକ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି କୋଠା ବାଳିକା ହଷ୍ଟେଲ ସୁବିଧାରେ ଉପଲବ୍ଧ ହେବ ବୋଲି କର୍ତ୍ତବ୍ୟରତ ଭାରପ୍ରାପ୍ତ ହଷ୍ଟେଲ ଅଧିକାରୀ ତଥା ବରିଷ୍ଠ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରୀତା ରଥ କହିଛନ୍ତି । ଏହି ଅବସରରେ ନୂତନ କୋଠାର ବିଧିବଦ୍ଧ ପ୍ରତିଷ୍ଠା କର୍ମ, ହୋମ ଆଦି ପୂଜାର୍ଚ୍ଚନା ସହ ସମ୍ପନ୍ନ ହୋଇ ଅନ୍ନପ୍ରସାଦର ବ୍ୟବସ୍ଥାରେ ସମସ୍ତେ ଆପ୍ୟାୟିତ ହୋଇଥିଲେ ।

nrusinghnath
Leave A Reply

Your email address will not be published.