
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ସକାଳେ ପାଖାପାଖି ସାତଟା ସମୟରେ ଖରିଆର ପଟୁ ଟିଟିଲାଗଡକୁ ଆସୁଥିବା ଆର୍ଟିଗା ଓଡ଼ି୦୩ ଏସି ୬୩୭୩ ଗାଡ଼ି ଟିଟିଲାଗଡରୁ ଖରିଆର ପଟକୁ ଯାଉଥିବା ସିଜି ୦୪ ଏନ୍ଏକ୍ସ ୭୨୪୮ ବିଶିଷ୍ଟ ଟ୍ରକର ପଛ ଚକରେ ବାଡେଇ ହୋଇ ଘସି ହେବା ଫଳରେ ଆର୍ଟିଗା ଗାଡ଼ିର ଡ୍ରାଇଭର ସାମ୍ନା ସାଇଡ ପଟ ସମ୍ପୂର୍ଣ୍ଣ ଚୁର୍ମାର୍ ହେବା ସହ ଚକ ଫାଟି ଯାଇଥିଲା । ଗାଡ଼ି ଭିତରେ ଗୋଟିଏ ପରିବାର ବସିଥିବା ବେଳେ ବଡ ଅଘଟଣରୁ ବର୍ତ୍ତିଯାଇଛନ୍ତି । ତେବେ ଉଭୟ ଗାଡ଼ି ମାଲିକ ଖରିଆରର ବୋଲି ଜଣାପଡ଼ିଛି । ଟ୍ରକ ଡ୍ରାଇଭର ମୋର କିଛି ଭୁଲ ନାହିଁ କହିଥିବା ବେଳେ ଆର୍ଟିଗା ଡ୍ରାଇଭର ହଠାତ ସାମ୍ନାପଟୁ ବାଇକ୍ ଆସିଯିବା ଯୋଗୁଁ ବଞ୍ଚାଇବାକୁ ଯାଇ ଏମିତି ହୋଇଗଲା ବୋଲି ନିଜ ପ୍ରତିକ୍ରିୟାରେ କହିବା ସହ କ୍ଷତିପୂରଣ ଦେଲେ ଭଲ ହୁଅନ୍ତା ବୋଲି କହିଛନ୍ତି ।