
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଶିକ୍ଷା ବିକାଶ ସମିତି, ଓଡ଼ିଶା ତରଫରୁ ଆୟୋଜିତ ତୃତୀୟ ଓ ପଞ୍ଚମ ଶ୍ରେଣୀର ପ୍ରାଦେଶିକ ମେଧା ପରୀକ୍ଷା ଓ ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ଲୋଇସିଂହା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ପ୍ରାଦେଶିକ ମେଧା ପରୀକ୍ଷାରେ ତୃତୀୟ ଶ୍ରେଣୀ ଛାତ୍ରୀ ଅଭିପ୍ସା ପ୍ରିୟ ଦର୍ଶିନୀ ବାରିକ, ପ୍ରତ୍ୟାଶା ରାଣୀ ପ୍ରଧାନ, ଆକାପ୍ସକ୍ଷା ଭୋଇ, ଶ୍ରେୟାପ୍ସଶୀ ରଣା, ସମୃଦ୍ଧି ସାହୁ ଏବଂ ଭାରତୀ କୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ପ୍ରତ୍ୟାଶା ରାଣୀ ପ୍ରଧାନ, ଆଭାଶ୍ରୀ ସାହୁ, ଅଭିପ୍ସା ପ୍ରିୟଦର୍ଶିନୀ ବାରିକ ସଫଳତା ହାସଲ କରିଛନ୍ତି । ସେହିପରି ପଞ୍ଚମ ଶ୍ରେଣୀ ପ୍ରାଦେଶିକ ମେଧା ପରୀକ୍ଷାରେ ସୁଶ୍ରୀ ପ୍ରାଚୀ ସମୀକ୍ଷା ସାହୁ, ଅପର୍ଣ୍ଣା ବିଶ୍ୱାଲ, ଫ୍ଳୋରାନ୍ସି ଷଡ଼ଙ୍ଗୀ ଏବଂ ଭାରତୀ କୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ପ୍ରାଚୀ ସମୀକ୍ଷା ସାହୁ ଓ ଅପର୍ଣ୍ଣା ବିଶ୍ଵାଳ ସଫଳତା ହାସଲ କରିଛନ୍ତି । ଛାତ୍ରୀମାନଙ୍କ ଏତାଦୃଶ ସଫଳତାରେ ଗୁରୁଜୀ ଗୁରୁମା ତଥା ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି ।