mahavir

ଗ୍ରାମୀଣ ଗୃହ ନିର୍ମାଣ ଯୋଜନା କାର୍ଯ୍ୟକାରିତାରେ ଆଗଲପୁର ବ୍ଲକ ଓଡିଶାରେ ଦ୍ୱିତୀୟ ପୁରସ୍କାର ପାଇଲା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଅଗଲପୁର ବ୍ଲକ ଓଡିଶାରେ ଦ୍ୱିତୀୟ ପୁରସ୍କାର ହାସଲ କରିଛି । ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ମଞ୍ଜୁର ହୋଇଥିବା ୧୯୪୬ଟି ପିଏମ୍‌ଏୱାଇ ଘର ମଧ୍ୟରୁ ୧୧୨୩ଟି ସମ୍ପୂର୍ଣ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଗଲପୁର ବ୍ଲକର ଅଧ୍ୟକ୍ଷ ଓ ବିଡ଼ିଓଙ୍କୁ ଏକ ସ୍ମାରକୀ ଏବଂ ୭ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଏହି ବର୍ଗରେ ହିନ୍ଦୋଳ ବ୍ଲକ ପ୍ରଥମ ଓ ଗୁମ୍ମା ବ୍ଲକ ତୃତୀୟ ପୁରସ୍କାର ହାସଲ କରିଛି । ବିଡ଼ିଓ ଆଗଲପୁରଙ୍କ ନେତୃତ୍ୱ ଓ ସମଗ୍ର ବ୍ଲକ ଟିମର ନିଷ୍ଠାପର ଉଦ୍ୟମକୁ ବ୍ୟାପକ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.