mahavir

ସ୍ୱାମୀ କ୍ରିଷ୍ଣାନନ୍ଦ ସରସ୍ବତୀଙ୍କ ୧୦୪ ତମ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାମୀ କ୍ରିଷ୍ଣାନନ୍ଦ ସରସ୍ୱତୀଙ୍କ ୧୦୪ ତମ ଜୟନ୍ତୀ ଛେଣ୍ଡ ସ୍ଥିତ ଶିବାନନ୍ଦ ଆଶ୍ରମ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର କୁମାର ପାଣ୍ଡବଙ୍କ ସଂଯୋଜନାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଧର୍ମ ପାଳନ ସମ୍ପର୍କରେ ଲତିକା ପଟ୍ଟନାୟକ ବକ୍ତବ୍ୟ ରଖିଥିଲା ବେଳେ ସ୍ୱାମୀଜୀ କ୍ରିଷ୍ଣାନନ୍ଦ ସରସ୍ୱତୀଙ୍କ ଜୀବନାଦର୍ଶ ସମ୍ପର୍କରେ ରବିନ୍ଦ୍ର ପାଣ୍ଡବ ଓ ପ୍ରକାଶ ପଣ୍ଡା ବକ୍ତବ୍ୟ ରଖିଥିଲେ । ଶ୍ରୀମତୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ରାଷ୍ଟ୍ର ଧର୍ମ କଣ, ସନାତନ ଧର୍ମରେ ଏହାର ଗୁରୁତ୍ଵ, ଆମମାନଙ୍କ ରାଷ୍ଟ୍ର ପ୍ରତି ପ୍ରତିବଦ୍ଧତା ଓ ଦାୟିତ୍ୱବୋଧ ସମ୍ପର୍କରେ ସୁନ୍ଦର ତଥ୍ୟ ଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ପାଦୁକା ପୂଜା, ସତସଙ୍ଗ, ଦ୍ୱିତୀୟ ଗଣେଶ କୀର୍ତ୍ତନ, ଗୁରୁସ୍ତୋତ୍ର, ଶାନ୍ତିପାଠ, ଗୀତା ପାରାୟଣ, ଶନିସ୍ତୋତ୍ର ଆଦି କାର୍ଯ୍ୟକ୍ରମ କରାଯାଇଥିଲା । ପୂଜକ ଭାବେ ପ୍ରକାଶ ଚନ୍ଦ୍ର ପଣ୍ଡା ଦାୟିତ୍ଵ ନିର୍ବାହ କରିଥିବା ବେଳେ କେଦାର ବେହେରା, ନିରଞ୍ଜନ ତ୍ରିପାଠୀ, ପାଣ୍ଡବ ବେହେରା, ବ୍ରଜକିଶୋର ପାଣି ପ୍ରମୁଖ ଭଜନ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ କବିବର ସାହୁ, ସର୍ବେଶ୍ଵର ମାନସିଂହ, ହରେନ ତ୍ରିପାଠୀ, ଏନ୍ ସି ମହନ୍ତ, ବିଜୟାନନ୍ଦ ଅଗ୍ରୱାଲ, ବି କେ ପରିଡ଼ା, କେ ସି ବରାଳ, ବୈକୁଣ୍ଠ ପଣ୍ଡା, ବ୍ରଜକିଶୋର ପାଣି, ନିରଞ୍ଜନ ତ୍ରିପାଠୀ, ଏସ କେ ଧୀର, ଡି ପାଢ଼ୀ, ଆର ଏନ୍ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସମସ୍ତଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା ।

Leave A Reply

Your email address will not be published.