
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗାନ୍ଧୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଗସ୍ତ ପୂର୍ବରୁ ଜିଲ୍ଲାର ବିଭିନ୍ନ ଥାନାରେ ନେତା ମାନଙ୍କୁ ଅଟକ ରଖିଛି ପୋଲିସ । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି । ପାଟଣାଗଡ଼ ଥାନାରେ ଜିଲ୍ଲା କଂଗ୍ରେସ ସଭାପତି ଅନିଲ ମେହେର, ପୁଇଁତଲା ଥାନାରେ ମିଳିତ କୃଷକ ମଞ୍ଚର ଆବାହକ ଆକାଶ ମିଶ୍ର, ଲରମ୍ଭା ଥାନାରେ କୋଶଲ ମୁକ୍ତି ମୋର୍ଚ୍ଚାର ଆବାହକ ସୁଶୀଲ ଗୁରୁଙ୍କ ସହିତ ଅନେକ ନେତାଙ୍କୁ ଅଟକ ରଖିଛି ବଲାଙ୍ଗିର ପୋଲିସ ।