
- ଅନାଥ ଶିଶୁଙ୍କ ପାଇଁ ସରକାରଙ୍କ ପାଖରେ ଟଙ୍କା ନାହିଁ ।
- ମିଶନ ବାତ୍ସଲ୍ୟ ଯୋଜନା ହୋଇଛି ବାଟବଣା ।
- ପୃଷ୍ଠପୋଷକତା ସହାୟତା ରାଶି କାହା ପାଇଁ ।
- ଫେଲ ମାରିଛି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ।
ବଲାଙ୍ଗିର, (କେପିଏନ୍ଏସ୍) : ଅନାଥ ଶିଶୁଙ୍କ ପାଇଁ ସରକାରଙ୍କ ପାଖରେ ଟଙ୍କା ନାହିଁ । ମିଶନ ବାତ୍ସଲ୍ୟ ଯୋଜନା ହୋଇଛି ବାଟବଣା। ପୃଷ୍ଠପୋଷକତା ସହାୟତା ରାଶି କାହା ପାଇଁ ? ଯୋଜନାରୁ ବଞ୍ଚିତ ହେଉଛନ୍ତି ଅନାଥ ଶିଶୁ, ପାଉନାହାନ୍ତି ସହାୟତା ରାଶି । ଫେଲ ମାରିଛି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ । ଶିଶୁଙ୍କ ପାଇଁ ମିଶନ ବାତ୍ସଲ୍ୟ ଯୋଜନା ପାଲିଟିଛି ଅଭିଶାପ, ଯୋଜନା ହେଉଛି ବାଟବଣା । ବଲାଙ୍ଗିର ଜିଲ୍ଲାରେ ଶିଶୁଙ୍କ ପାଇଁ ମିଶନ ବାତ୍ସଲ୍ୟ ଯୋଜନା ପାଲିଟିଛି ଅଭିଶାପ, ବର୍ଷ ବର୍ଷ ଧରି ଆବେଦନ କଲେ ମଧ୍ୟ ସୁଫଳ ମିଳୁନାହିଁ । ମିଶନ ବାତ୍ସଲ୍ୟ ଯୋଜନା ୨୦୨୨ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସମସ୍ତ ରାଜ୍ୟ ଓ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି, କୋଭିଡ ସମୟରେ ପଶାବାହାଲ ଗ୍ରାମର ରାମପ୍ରସାଦ ବଗର୍ତ୍ତିଙ୍କ ମୃତ୍ୟୁ ହୋଇଥିଲା । ଘରର ମୁରବୀଙ୍କ ଦେହାନ୍ତ ପରେ ୩ ଟି ଶିଶୁକୁ ଧରି ବହୁତ୍ କଷ୍ଟରେ ସୁଷମା ବଗର୍ତ୍ତି ପରିବାରର ବୋଝକୁ ସମ୍ଭାଳୁଛନ୍ତି ଓ ବଡ଼ଝିଅ ଝିଲି ବଗର୍ତ୍ତି, ଦ୍ୱାଦଶରେ ବିଲାଇସର୍ଡା କଲେଜରେ ପାଠ ପଢୁଛି, ଦ୍ୱିତୀୟ ପୁଅ ଶଙ୍କର ବଗର୍ତ୍ତି, ଦଶମ ଶ୍ରେଣୀରେ ପାଠ ପଢୁଛି, ତୃତୀୟ ଝିଅ ମିଲି ବଗର୍ତ୍ତି ଷଷ୍ଠ ଶ୍ରେଣୀରେ ପାଠପଢୁଛି । ସୁଷମା ବିଧବା ଭତ୍ତା, ଚାଉଳ ୨୦ କେଜି ପ୍ରତିମାସ ପାଉଛନ୍ତି ଓ ସରକାରୀ ସ୍କୁଲରେ ପାଚିକା ଭାବରେ କାମ କରି ୩ ଟି ଶିଶୁକୁ ପାଠ ପଢାଉଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ଏ ପର୍ଯ୍ୟନ୍ତ ଶିଶୁମାନଙ୍କ ନିମନ୍ତେ କୌଣସି ସହାୟତା ମିଳିପାରି ନାହିଁ । ୩ଟି ଶିଶୁଙ୍କ ପାଠ ପଢ଼ିବା ପାଇଁ ପ୍ରଶାସନ ତରଫରୁ ଆର୍ଥିକ ସହାୟତା ରାଶି ପ୍ରଦାନ କଲେ ପାଠ ପଢ଼ିବା ପାଇଁ ସୁବିଧା ହେବ ବୋଲି ସୁଷମା କହିଛନ୍ତି । ତେଣୁ ଏହି ୩ଟି ଶିଶୁଙ୍କ ପାଠପଢ଼ା ପାଇଁ ସରକାରୀ ସହାୟତା ରାଶି ପ୍ରଦାନ କଲେ ଉପକୃତ ହେବି ବୋଲି ସେ କହିଛନ୍ତି । ଅନାଥ ଶିଶୁଙ୍କ ପାଇଁ ଆଶୀର୍ବାଦ ଯୋଜନା ପାଲଟିଛି ଅଭିଶାପ, ମିଶନ ବାତ୍ସଲ୍ୟ ଯୋଜନା ମାରିଛି ଫେଲ୍, କାର୍ଯ୍ୟକାରୀ ହେଉନାହିଁ ଶିଶୁ ସୁରକ୍ଷା ଯୋଜନା ଜିଲ୍ଲାରେ ଅନାଥ ଶିଶୁଙ୍କ ପାଇଁ ଆଶୀର୍ବାଦ ଯୋଜନା ପାଲଟିଛି ଅଭିଶାପ, ମିଶନ ବାତ୍ସଲ୍ୟ ଯୋଜନା ମାରିଛି ଫେଲ୍, କାର୍ଯ୍ୟକାରୀ ହେଉନାହିଁ, ଶିଶୁ ସୁରକ୍ଷା ଯୋଜନା । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ବଲାଙ୍ଗିର ସଦର ମହକୁମାର ଆନନ୍ଦ ନଗର ସ୍ଥିତ ମୀନତି ମେହେର, ସ୍ୱାମୀ ସୁରେଶ ମେହେର କୋଭିଡ୍ ସମୟରେ ବିଗତ ତା ୧୫/୪/୨୦୨୧ ସମୟରେ ମୃତ୍ୟୁ ମୁଖରେ ପଡ଼ିଥିଲେ । ଘରର ମୁରବୀ ଥିଲେ, ଅଟୋ ଚଲାଇ ଜୀବନ ଜୀବିକା ପ୍ରତିପୋଷଣ କରୁଥିଲେ । ସ୍ୱାମୀଙ୍କ ଦେହାନ୍ତ ପରେ ମୀନତି ୨ ଟି ଶିଶୁର ବୋଝ ସମ୍ଭାଳିବା ସହ ଶିଶୁ ମାନଙ୍କର ଖାଦ୍ୟ, ବସ୍ତ୍ର ଓ ଶିକ୍ଷା ପାଇଁ ଆବଶ୍ୟକ ଖର୍ଚ୍ଚ ତୁଲାଇବା କଷ୍ଟକର ବ୍ୟାପାର ହେଉଛି । ବୃଦ୍ଧା ଶ୍ୱଶୁର ୬୦ ବର୍ଷ ବୟସରେ ଅଟୋ ଚଲାଇ ଘରର ଖର୍ଚ୍ଚ ତୁଲାଉଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ମିଶନ ବାତ୍ସଲ୍ୟ ଯୋଜନା କାର୍ଯ୍ୟକାରୀ ହେଉ ନାହିଁ, କୌଣସି ସୁଫଳ ମିଳୁନାହିଁ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । କେବଳ କାଗଜ ମାଗି ରଖୁଛନ୍ତି କିନ୍ତୁ କୌଣସି ଯୋଜନାରେ ଅନ୍ତର୍ଭୁକ୍ତ କରୁନାହାନ୍ତି । ଜିଲ୍ଲା ସଦର ମହକୁମାରେ ଯଦି ଏଭଳି ହେଉଛି, ମିଶନ ବାତ୍ସଲ୍ୟ ଯୋଜନା କାର୍ଯ୍ୟକାରୀ କେମିତି ହେଉଛି ତାହା ସାଧାରଣରେ ଆଲୋଚନା ହେଉଛି । ନିକଟରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ତରଫରୁ କେମ୍ପ କୋର୍ଟ ଓ ଅଭିଯୋଗ ଶୁଣାଣୀ କରାଯାଇଥିଲା କିନ୍ତୁ କୌଣସି ପ୍ରକାର ଲାଭପ୍ରଦ ହେଉନାହିଁ । ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ, ଶିଶୁ ହସିଲେ ଦେଶ ହସିବ ହେଲେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ବଲାଙ୍ଗିର ଜିଲ୍ଲାରେ ଚର୍ଚ୍ଚା ଜୋର୍ ଧରିଛି । ତେଣୁ ଜିଲ୍ଲା ପ୍ରଶାସନ ତରଫରୁ, ବିଭାଗୀୟ ଅଧିକାରୀଙ୍କ ତରଫରୁ ଶୀଘ୍ର ଆର୍ଥିକ ସହାୟତା ପ୍ରଦାନ କଲେ ଉପକୃତ ହୁଅନ୍ତୁ ବୋଲି ମୀନତି ଜଣାଇଛନ୍ତି । ଆହୁରି ମଧ୍ୟ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିରକୁ ଆସୁଥିବା ଟଙ୍କା ୫ ମାସ ହେଲା ଆସୁନାହିଁ ଫଳରେ ସହାୟତା ପାଉଥିବା ଆର୍ଥିକ ରାଶି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗରେ ଅର୍ଥ ନ ଥିବା ଏକ ଦୁଃଖ ଓ ପରିତାପର ବିଷୟ । ଆବଶ୍ୟକ ହେଉଥିବା ଯତ୍ନ ଓ ସୁରକ୍ଷାରେ ଅନ୍ତର୍ଭୁକ୍ତ ଥିବା ଶିଶୁଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ପାଖରେ ଟଙ୍କା ନଥିବା ଏକ ଦୁଃଖ ଓ ପରିତାପର ବିଷୟ । ଜିଲ୍ଲାରେ ମଧ୍ୟ ଯଶୋଦା ଯୋଜନା ଓ ଆଶୀର୍ବାଦ ଯୋଜନାରେ ଥିବା ଟଙ୍କାକୁ ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଉନଥିବା ଏକ ଦୁଃଖ ଓ ପରିତାପର ବିଷୟ ବୋଲି ଆବେଦନ କରିଥିବା ହିତାଧିକାରୀମାନେ ଜଣାଇଛନ୍ତି ।