
ଟିଟିଲାଗଡ଼ (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ସାଧାରଣ ଲୋକଙ୍କ ସମ୍ମୁଖରେ ଧମକ ଦିଆଯାଇଥିବା ଘଟଣା ସମ୍ପର୍କରେ ପୁଲିସ ନିକଟରେ ଅଭିଯୋଗ ହୋଇଛି । ସାମ୍ବାଦିକ ସନ୍ତୋଷ କୁମାର କେଜ୍ରିୱାଲ ଟିଟିଲାଗଡ଼ ଥାନାରେ ଦେଇଥିବା ଅଭିଯୋଗରେ କହିଛନ୍ତି ଯେ, ଗତ ୩୦ ଏପ୍ରିଲ ଦିନ ସକାଳ ୧୧.୪୫ ସମୟରେ ଆକ୍ସିସ ବ୍ୟାଙ୍କ ଚକ ନିକଟରେ ସେ ଯାଉଥିବାବେଳେ ଗଣେଶ ବିଗ୍ରହ ବିସର୍ଜନ ପାଇଁ ଭିଡ଼ ହୋଇଥିଲା । ସେଠାରେ ରାଣା ପୃଷ୍ଟି ନାମକ ବ୍ୟକ୍ତି ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଦେଇଥିବା ସହିତ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି । ଏହା ସହିତ ଧର୍ମ ଓ ଜାତି ନେଇ ଅସନ୍ତୋଷ ସୃଷ୍ଟି କରିବା ପ୍ରୟାସ ମଧ୍ୟ କରାଯାଇଥିବା କୁହାଯାଇଛି । ଅଭିଯୋଗକାରୀ କହିଛନ୍ତି ଯେ, ଏହି ଘଟଣା ପରେ ତାଙ୍କ ଜୀବନ ବିପଦରେ ରହିଛି ଓ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି। ଏହି ଘଟଣାକୁ ଗୁରୁତ୍ୱ ଦେଇ ଟିଟିଲାଗଡ଼ ପୁଲିସ ତଦନ୍ତ ଆରମ୍ଭ ସହ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି ।