mahavir

ଜିପିଆର୍‌ କଲେଜ କୁନ୍ତରାରେ ରକ୍ତଦାନ ଶିବିର

ସମ୍ବଲପୁର, (କେପିଏନ୍‌ଏସ୍‌) : ଜିପିଆର କଲେଜ, କୁନ୍ତରା, ଜିଲ୍ଲା ସମ୍ବଲପୁର, ଠାରେ ତା:-୨୧-୦୪-୨୦୨୬ରେ ଜାତୀୟ ସେବା ଯୋଜନା ଓ ୟୁଥ୍ ରେଡକ୍ରସ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବୁର୍ଲା ଭୀମସାରର ଡ. ଦେବେନ୍ଦ୍ର, ଦେବାଶିଷ ମିଶ୍ର, ମଣ୍ଟୁ ପ୍ରଧାନ, କରୁଣାକର ଓ ପାଇନୁ ଭୋଇ ଆସି ରକ୍ତ ସଂଗ୍ରହ କରିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଡ଼. ରଂଜନ କୁମାର ପାଣିଗ୍ରାହୀ ଉଦଘାଟନ କରିଥିବା ବେଳେ ଜାତୀୟ ସେବା ଯୋଜନା ପରିଚାଳକ ଅଧ୍ୟାପକ ତରୁଣ କୁମାର ପୃଷେଠ ଶିବିରକୁ ପରିଚାଳନା କରିଥିଲେ । ଏହି ଶିବିରରେ ଛାତ୍ରଛାତ୍ରୀ ତଥା ଅଧ୍ୟାପକ ଅଧ୍ୟାପିକା ମାନେ ରକ୍ତଦାନ କରିଥିଲେ । ଅଧ୍ୟାପିକା ବର୍ଷା ମୁଦୁଲି, ଦୀପିକା ବେହେରା, ହାସିନା ପ୍ରିୟଦର୍ଶିନୀ ନାୟକ, ରତ୍ନମଞ୍ଜରୀ ସାହୁ, ସ୍ମିତା ପଟେଲ, ପୂଜା ବନଛୋର, ସୁକାନ୍ତି ତୁରୀ, ଅଧ୍ୟାପକ ରୁଦ୍ରଦତ୍ତ ପଟେଲ, ତୁଲାରାମ ଦଣ୍ଡସେନା, ଯୋଗେନ୍ଦ୍ର ମୁଦୁଲି, ରାଜେଶ ମାକର, ସନତ କୁମାର ସାହୁ ତଥା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଂପ୍ରତା ଛତ୍ରିଆ, ଜିତୁ କିସାନ, ଲିଲିମା ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ଖୁସିର କଥା ଯେ, ହାଡ଼ିପାଲି ଗ୍ରାମର ଅଂଶୁମାନ ଚୌଧୁରୀ ନାମକ ସମାଜସେବୀ ସ୍ୱେଚ୍ଛାକୃତ ଭାବେ ଆସି ଉକ୍ତ ମହତ୍ କାର୍ଯ୍ୟରେ ଯୋଗଦାନ ପୂର୍ବକ ରକ୍ତଦାନ କରିଥିଲେ । ପରିଶେଷରେ ଉପସ୍ଥିତ ସମସ୍ତଙ୍କୁ ୟୁଥ୍ ରେଡକ୍ରସର କାଉନସେଲର ଶିବଶଙ୍କର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ମୋଟ ୧୯ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।

Leave A Reply

Your email address will not be published.