ବନ୍ଧୁ ମିଳନ ସମାରୋହ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିନଂଡା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ୧୯୮୫ମସିହାରୁ ୧୯୮୮ମସିହା ପର୍ୟ୍ୟନ୍ତ ଯେଉଁ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଥିଲେ ସେମାନଙ୍କ ମଧ୍ୟରେ ଏକ ବଂଧୁ ମିଳନ ମହା ସମାରୋହରେ ପାଳନ ହୋଇଯାଇଛି । ପୁରାତନ ଛାତ୍ର ତଥା ବର୍ତ୍ତମାନର ସରପଞ୍ଚ ସୁଧୀର କୁମାର ପ୍ରଧାନ ଉକ୍ତ ଉତ୍ସବରେ ସଂଯୋଜନା କରିଥିବା ବେଳେ ପୁରାତନ ଛାତ୍ର ହେମାଞ୍ଚଳ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ । ବିଦ୍ୟାଳୟର ୧୯୮୫ ମସିହାର ପ୍ରଥମ ପ୍ରଧାନ ଶିକ୍ଷୟତ୍ରୀ ତଥା ୨୦୨୦ ମସିହାରେ ଗାନ୍ଧୀ ମମୋରିଆଲ, କଳାପାଣି ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରି ନାମ ଅର୍ଜନ କରିଥିବା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଭାଲେନ୍ତିନା ପାଢୀ ସଭାପତିତ୍ୱ ଆସନ ଅଳଙ୍କୃତ କରିଥିଲେ । ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ, ପୂର୍ବତନ ଝିଲିମିନଂଡା ଏମ୍.ଇ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ମେହେର, ବର୍ତ୍ତମାନର ପ୍ରଧାନ ଶିକ୍ଷକ ଶିଶିର କୁମାର ଭୋଇଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ଯୋଗଦାନ କରିଥିଲେ । ପୁରାତନ ଛାତ୍ରଛାତ୍ରୀମାନେ ପରିବାର ସହିତ ଆଲୋଚନା କରିଥିଲେ ଓ ଛାତ୍ରଛାତ୍ରୀମାନେ ପଢୁଥିବା ସମୟରେ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କୁ ପ୍ରଶଂସା କରିବା ଭୁଲିନଥିଲେ । ସ୍ଵର୍ଗତ ପ୍ରଧାନ ଶିକ୍ଷକ ହରିଶ୍ ଚନ୍ଦ୍ର ରଣା, ମାଖନୁ ଗୁରୁ, ଜୟଦ୍ରଥ ମେହେର ଓ ପୁରାତନ ଛାତ୍ର ଜିତେନ୍ଦ୍ର ପ୍ରଧାନ, ନୃପ ମୁଗୁରି, ସୁଶୀଲ ତରିଆ, ଡାଇନୁ ଭୋଇ, ଲକ୍ଷ୍ମୀକାନ୍ତ ହରିପାଲ‌ଙ୍କ ଆତ୍ମା ସତଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପୁରାତନ ଛାତ୍ରଛାତ୍ରୀମାନେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ପଦଧୌତ ସହ ପୁଷ୍ପମାଲ୍ୟ ସହିତ ଉପଢୌକନ ପ୍ରଦାନ କରିଥିଲେ । ପରିଶେଷରେ ଛାତ୍ର ଲକ୍ଷ୍ମଣ ପ୍ରଧାନ ଦୂରଦୂରାନ୍ତରୁ ଆସି ଥିବା ଛାତ୍ରଛାତ୍ରୀମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.