mahavir

ନରସେବା ନାରାୟଣ ସେବା ଅନୁଷ୍ଠାନର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ନରସେବା ନାରାୟଣ ସେବା ଅନୁଷ୍ଠାନ ତରଫରୁ ସେକ୍ଟର ୨୦ ସ୍ଥିତ ନେହେରୁ ପଲ୍ଲୀ ଠାରେ ଥିବା କଳିକା କେନ୍ଦ୍ର ଠାରେ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ୩୧ତମ ସାମାଜିକ କାର୍ଯ୍ୟକ୍ରମ ଅନ୍ତର୍ଗତ ନିଃଶୁଳ୍କ ପୋଷାକ ଓ ଖାଦ୍ୟ ବଣ୍ଟନ କରାଯାଇଥିଲା । କଳିକା କେନ୍ଦ୍ରର ମୁଖ୍ୟ ଗଣେଶ ଜୟସିଂହ ଓ ଲିଲିମା ଜୟସିଂହଙ୍କ ଆବାହକତ୍ଵ, ଅନୁଷ୍ଠାନର ମୁଖ୍ୟ ଓମ୍‌ ପ୍ରକାଶ ବାପୁଡିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ସାମାଜିକ କାର୍ଯ୍ୟକ୍ରମରେ ଚ୍ୟାମ୍ବର ଅଫ୍ କମର୍ସର ସଭାପତି ମଳୟ ମଣ୍ଡଳ, ହମିରପୁର ଉନ୍ନୟନ ପରିଷଦର ସଭାପତି ଡ଼. ସୁମନ ଦତ୍ତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏପରି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ । ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ରମେଶ ଗୋପାଳ ବାସିଆ, ଚନ୍ଦନ ଅଗ୍ରୱାଲ, ସରୋଜ ନାୟକ, ରଶ୍ମି ରେଖା ଦାସ, ରବିନ୍ଦ୍ର କୁମାର ସାମଲ, ଶର୍ମିଲା ଦତ୍ତ, ରୀତା ମହାପାତ୍ର, ପ୍ରମୋଦିନୀ ଦାସ, କେ କେ ପୋଦାର, ଆଶା ଦିଦି ରୀନା କୁମାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶ୍ରୀ ଜୟସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.