jsm

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ପରିସର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୋମବାର ଦିନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ୍ ଏବଂ ଇକୋ-କ୍ଲବର ସ୍ୱେଚ୍ଛାସେବୀଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ମିଳିତ ଭାବେ ଅଂଶଗ୍ରହଣ କରିଥିଲେ । ମହାବିଦ୍ୟାଳୟ ପରିସରକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ସହ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା । ଏହି ଶ୍ରମଦାନ କାର୍ଯ୍ୟକ୍ରମରେ ଅଧ୍ୟାପିକା ବୁନି ସାହୁ, ମୋନାଲିସା ସ୍ୱାଇଁ, ମମତାମୟୀ ଗୁରୁ, ପ୍ରାଧ୍ୟାପକ ପ୍ରମୋଦ କୁମାର ତ୍ରିପାଠୀ, ପ୍ରମୋଦ କୁମାର ପାଣିଗ୍ରାହୀ, ଭୁବନେଶ୍ୱର ବରିହା, ନିର୍ମଳ କୁମ୍ଭାର, ଦୟାନିଧି ବଗର୍ତ୍ତୀ, ପ୍ରଶାନ୍ତ ଶିଦାର, ରବୀନ୍ଦ୍ର ନାଏକ ଏବଂ ପ୍ରଦର୍ଶକ ଘନଶ୍ୟାମ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ସଫେଇ କାର୍ଯ୍ୟରେ ସହଯୋଗ କରିଥିଲେ । ମହାବିଦ୍ୟାଳୟ ପରିସରର କୋଣ ଅନୁକୋଣକୁ ସଫା କରି ସ୍ୱଚ୍ଛତା ହିଁ ସେବା ବୋଲି ସମସ୍ତେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସୂଚାଇ ଦେଇଛନ୍ତି ।

yuvodaya
Leave A Reply

Your email address will not be published.