କୋଭିଡ୍‌ ଟୀକା ନେବା ପରେ ଦୁଇ ନର୍ସିଂ ଛାତ୍ରୀ ଅସୁ‌ସ୍ଥ, ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦାଇପାଲି ସାଇଟ୍ ନର୍ସିଂ କଲେଜ୍‌ର ଦୁଇ ଜଣ ଛାତ୍ରୀ କୋଭିଡ୍ ଟୀକା ନେବା ପରେ ଅସୁ‌ସ୍ଥ ହୋଇ ପଡ଼ିଥିବା ଜଣାପଡ଼ିଛି । ଅସୁ‌ସ୍ଥ ଦୁଇ ଛାତ୍ରୀଙ୍କୁ କଲେଜ ମେଟ୍ରନ୍ ଏକ ଅଟୋରେ ଆଣି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତି କରିଥିବା ଜଣାପଡ଼ିଛି । ଅସୁ‌ସ୍ଥ ଛାତ୍ରୀମାନେ ହେଲେ ଜିଏନଏମ୍ ତୃତୀୟ ବର୍ଷ ଛାତ୍ରୀ ସୁନୀତା ସାହୁ ଓ ସ୍ମିତା ସୁନା । ସୂଚନା ଅନୁସାରେ ସୋମବାର ସାଇଟ୍ ନର୍ସିଂ କଲେଜର ପ୍ରାୟ ୭୦ ଜଣ ଛାତ୍ରୀ ବଲାଙ୍ଗିର କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ କୋଭିଡ୍‌ ଟୀକାକରଣ କେନ୍ଦ୍ରରେ କୋଭିସିଲଡ୍ ଟୀକା ନେଇଥିଲେ । ପ୍ରାୟ ଛାତ୍ରୀଙ୍କ ମଧ୍ୟରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ବେଳେ ଜିଏନଏମ୍ ତୃତୀୟ ବର୍ଷରେ ପଢୁଥିବା କଳାହାଣ୍ଡି ଜିଲ୍ଲା ଡୁଙ୍ଗୁରିଗୁଡାର ସ୍ମିତା ସୁନା ଓ ଅନୁଗୁଳର ସୁନୀତା ସାହୁ ମଙ୍ଗଳବାର ଅପରାହ୍ନରେ ହୋଷ୍ଟେଲରେ ଅସୁ‌ସ୍ଥ ହୋଇଥିଲେ । ସୁନୀତାଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ଡାକ୍ତରଖାନାର କାଜୁଆଲିଟିରେ ଅକ୍ସିଜେନ୍ ଲଗାଯାଇ ଚିକିତ୍ସା କରାଯାଉଛି । ସ୍ମିତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଖାନାରୁ ଛାଡି ଦିଆଯାଇଥିବା ସୂଚନା ରହିଛି । ଭୟ ଯୋଗୁଁ ଏଭଳି ପରସ୍ଥିତି ଉପୁଜିଥିବା ନେଇ ଅନୁମାନ କରାଯାଉଥିବା ବେଳେ ତଦନ୍ତ ପରେ ସଠିକ୍‌ କାରଣ ଜଣାପଡିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଭୀମ ସାହୁ ଏନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.