csstore

ଡେଲାଙ୍ଗ ବ୍ଲକ କଂଗ୍ରେସ ସଭାପତି ହେଲେ ନିର୍ମଳ ପରିଡ଼ା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ କଂଗ୍ରେସ ସଭାପତି ଭାବେ ଯୁବନେତା ନିର୍ମଳ କୁମାର ପରିଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିଯୁକ୍ତି ମିଳିଛି । ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ପକ୍ଷରୁ ପ୍ରକାଶିତ ପୁରୀ ଜିଲ୍ଲାର ସମସ୍ତ ବ୍ଲକ୍ ଓ ଏନ୍‌ଏସି ପାଇଁ ନିଯୁକ୍ତ ଅଧ୍ୟକ୍ଷ ତାଲିକାରେ ଡେଲାଙ୍ଗ ବ୍ଲକ କଂଗ୍ରେସ ସଭାପତି ପାଇଁ ନିର୍ମଳ ଚନ୍ଦ୍ର ପରିଡାଙ୍କ ନାମ ସ୍ଥାନୀତ ହୋଇଥିବାରୁ ସମଗ୍ର ଡେଲାଙ୍ଗ ଅଞ୍ଚଳର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଖୁସୀର ଲହରୀ ଖେଳିଯାଇଛି । ସେନାବାହିନୀରୁ ଅବସରପ୍ରାପ୍ତ ଯୁବଲଢୁଆ ନେତା ନିର୍ମଳ କୁମାର ପରିଡା କଂଗ୍ରେସ ଦଳର ଜଣେ ସକ୍ରୀୟ କର୍ମୀ ତଥା ଦକ୍ଷ ସଂଗଠକ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଜଣାଶୁଣା । ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ସମସ୍ତଙ୍କୁ ନେଇ ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ଼ କରିପାରିବାର ଦକ୍ଷତା ଅତୀତରେ ଅନେକ କ୍ଷେତ୍ରରେ ଅନୁକୂଳ ଭାବେ ପ୍ରତିପାଦିତ ହୋଇଥିବା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏହି ପରିପ୍ରେକ୍ଷୀରେ ତାଙ୍କୁ ଡେଲାଙ୍ଗ ବ୍ଲକ କଂଗ୍ରେସ ସଭାପତି ଭାବେ ଦାୟିତ୍ଵ ମିଳିଥିବାରୁ ସେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ, ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଇଂ ରାଜେଶ ମିଶ୍ର ଓ ଡେଲାଙ୍ଗ – ପିପିଲି ଯୁବ କଂଗ୍ରେସ ନେତା ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଧନ୍ୟବାଦ୍ ଅର୍ପଣ କରିଛନ୍ତି । ତେବେ ଡେଲାଙ୍ଗ ବ୍ଲକରେ ତୃଣମୂଳ ସ୍ତରରୁ କଂଗ୍ରେସକୁ ସୁଦୃଢ଼ କରିବା ସହ ଦୁର୍ନୀତିମୁକ୍ତ ତଥା ବିକଶିତ ଡେଲାଙ୍ଗ ଗଠନ କାର୍ଯ୍ୟରେ ସବୁ ବର୍ଗର ଲୋକଙ୍କୁ ନେଇ ଆଗାମୀ ଦିନରେ ତାଙ୍କ କାର୍ଯ୍ୟଧାରା ଜାରି ରଖିବେ ବୋଲି ନବ ନିଯୁକ୍ତ ବ୍ଲକ କଂଗ୍ରେସ ସଭାପତି ନିର୍ମଳ କୁମାର ପରିଡା ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.