csstore

କୁଲତା ସମାଜ ବଲାଙ୍ଗିର ଦ୍ୱାରା କୁଲୁତା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚୈତ୍ର ପୂର୍ଣ୍ଣିମା ଦିନ କୁଲତା ସମାଜ ବଲାଙ୍ଗିର ଦ୍ୱାରା କୁଲତା ଦିବସ ମହାସମାରୋହରେ ସ୍ଥାନୀୟ କାମାକ୍ଷୀନଗର ବଲାଙ୍ଗିର ଠାରେ ଥିବା ରାମଚଣ୍ଡି ସେବା ସଦନ ଠାରେ ପାଳିତ ହୋଇଯାଇଛି । ପ୍ରଥମେ ପୂଜକ ସୁରଥ ପଧାନଙ୍କ ଦ୍ୱାରା ମା’ଙ୍କର ପୂଜାର୍ଚ୍ଚନା କରାଯାଇଥିଲା । ତା’ପରେ ସମାଜର ଉପଦେଷ୍ଟା ରାହାସ ବିହାରି ମାଝି ପତାକା ଉତ୍ତୋଳନ କରିଥିଲେ । ଏହାପରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାପତି ଶଙ୍କର୍ଷଣ ପଧାନଙ୍କ ସଭାପତିତ୍ୱରେ ସଂପାଦକ ଶାନ୍ତନୁ କୁମାର ଭୋଇ ଅଭିଭାଷଣ ପରେ ବହୁତ ବରେଣ୍ୟ ସଭ୍ୟା/ ସଭ୍ୟ ନିଜର ଅଭିମତ ପ୍ରକାଶ କରିଥିଲେ ଏବଂ କାର୍ଯ୍ୟକାରୀ ସଭ୍ୟା କୁନ୍ତଳା ଗଡତ୍ୟା ରାମଚଣ୍ଡି ମା’ଙ୍କର ଉଦ୍ଦେଶ୍ୟରେ ଏକ ସୁନ୍ଦର ଗୀତ ପରିବେଷଣ କରିଥିଲେ । ଶେଷରେ ସଂପାଦକ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅନ୍ୟମାନଙ୍କ ମଧ୍ୟରେ ରାଜେନ୍ଦ୍ର ସାହୁ, ମଧୁ ସାହୁ, ଶିରୋମଣି ସାହୁ, ପ୍ରହଲ୍ଲାଦ ଭୋଇ, ରାମଚନ୍ଦ୍ର ଭୋଇ, ବିଦେଶୀ ପଧାନ, ରବିନ୍ଦ୍ର ପଧାନ, ଯୁବ ସଭାପତି ରବିନ୍ଦ୍ର କୁମାର ପଧାନ, ସୁଦର୍ଶନ ସାହୁ, ସଞ୍ଜିବ ସାମଲ, ଶ୍ରୀନିବାସ ସାହୁ, ମହିଳା ମଣ୍ଡଳର ଯାମିନୀ ଭୋଇ, ସୁଷମା ବିଶ୍ୱାଳ, କୁନ୍ତଳା ଗଡତ୍ୟା, ରୀତା ସାହୁ, ସମସ୍ତ କାର୍ଯ୍ୟକାରୀ ସଦସ୍ୟ ଏବଂ କୁଲତା ଜାତିର ଶହ ଶହ ପୁରୁଷ ମହିଳା ଉପସ୍ଥିତ ରହି ରାମଚଣ୍ଡି ମା’ଙ୍କର ଆଶିର୍ବାଦ ପ୍ରାପ୍ତ କରିଥିଲେ ।

jayashree
Leave A Reply

Your email address will not be published.