ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଟ ପ୍ରବଚିକା, ଅଧ୍ୟାପିକା ତଥା ସୁଲେଖିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀହରିନାମ ପ୍ରଚାର ସମିତି, ବଲାଙ୍ଗିର ପକ୍ଷରୁ ପାର୍ବତୀଗିରି ବାଳ ନିକେତନ, ଶିଶୁ ଯତ୍ନ ଅନୁଷ୍ଠାନ, ପଥରଚେପା, ବଲାଙ୍ଗିର ଠାରେ ଏକ ଆଧ୍ୟାତ୍ମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମିତିର ପ୍ରତିଷ୍ଠାତା ସଭାପତି ଏଲୋରା ମିଶ୍ର ଆଦର୍ଶ ଜୀବନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସମାବେଶରେ ଉପ-ସଭାପତି ସୀତାଂଶୁ ଶେଖର ନାୟକ, ସମ୍ପାଦକ ଦୁର୍ଗାଚରଣ ସାହୁ, ସହ-ସଂପାଦକ ଦେବାଶିଷ ମିଶ୍ର, କୋଷାଧ୍ୟକ୍ଷ ସରିତା ସାହୁ, ଉପଦେଷ୍ଟା ବିଭୂତି ଭୂଷଣ ମିଶ୍ର, ବାସନ୍ତୀ ଆଚାର୍ଯ୍ୟ, ବାସ୍ନାରାଣୀ ନାୟକ ତଥା ସଭ୍ୟ ମନୀଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିଭୁତି ଭୂଷଣ ମିଶ୍ର ସ୍ୱାଗତ ଅଭିଭାଷଣ ଏବଂ ସୀତାଂଶୁ ଶେଖର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଏହି ସମିତି ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।
Prev Post