csstore

ବଲାଙ୍ଗିର ଜିଲ୍ଲାର ବେଷ୍ଟ ସବ ଇନ୍ସପେକ୍ଟର ଭାବେ ପୁରସ୍କୃତ ହେଲେ ଟିଟିଲାଗଡ ଏସ୍‌ଆଇ ପ୍ରଦୀପ କୁମାର ଦୁରିଆ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ରିଜର୍ଭ ପ୍ୟାରେଡ୍ ଗ୍ରାଉଣ୍ଡରେ ୯୧ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ଅତ୍ୟନ୍ତ ଉତ୍ସାହ ଏବଂ ଗର୍ବର ସହିତ ପାଳନ କରାଯାଇଛି । ସମାଜର ସେବା କରିବାରେ ଅସାଧାରଣ ସମର୍ପଣ ଦେଖାଇଥିବା ସାହସୀ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ଏସ୍‌ପି ଅଭିଳାଷ ଜିଙ୍କ ସଭାପତିତ୍ୱରେ ଏହି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପୋଲିସ ବିଭାଗରେ ଭଲ କାର୍ଯ୍ୟ କରି ଆସୁଥିବା ପୋଲିସ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା । ସେ ଭିତରେ ଟିଟିଲାଗଡ ଥାନାରେ କାର୍ଯ୍ୟରତ ପୋଲିସ ସବ ଇନ୍ସପେକ୍ଟର ପ୍ରଦୀପ କୁମାର ଦୁରିଆଙ୍କୁ ବଲାଙ୍ଗିର ଜିଲ୍ଲାର ସର୍ବଶ୍ରେଷ୍ଠ ଏସ୍‌ଆଇ ଭାବେ ପୁରସ୍କୃତ କରିଛନ୍ତି ଏସ୍‌ପି ଅଭିଳାଷ ଜି । ଯାହାକି ଏସ୍‌ଆଇ ଦୂରିଆ ତଥା ଟିଟିଲାଗଡ ଥାନା ପାଇଁ ମଧ୍ୟ ଗର୍ବର ବିଷୟ ହୋଇଛି । ଟିଟିଲାଗଡ ଥାନାରେ ଏସ୍‌ଆଇ ଶ୍ରୀ ଦୁରିଆ ଦୀର୍ଘ ଦୁଇବର୍ଷ ହେବ କାର୍ଯ୍ୟ କରୁଛନ୍ତି । ଶ୍ରୀ ଦୂରିଆ ଜଣେ ବିଚକ୍ଷଣ, ଦାୟିତ୍ଵ ସମ୍ପନ୍ନ ପୋଲିସ ଏସ୍‌ଆଇ ଭାବେ ପରିଚିତ । ତାଙ୍କର ଅଧୀନରେ ଥିବା ଚର୍ଚ୍ଚିତ କେଶକୁ ସଫଳତାର ସହ ପରିଚାଳିତ କରି ସେ ଏହି ପୁରସ୍କାର ହାସଲ କରିଥିବା ଜଣାପଡ଼ିଛି । ଯେପରିକି ଭତ୍ତା ଟଙ୍କା ଡ଼କାୟତି ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ, ଓମ ସ୍କୁଲ ନାମରେ ଫର୍ଜରି ଆଡମିଶନ୍ ମାମଲା, ଖାସ କରି ନାବାଳିକାଙ୍କୁ ଅପହରଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳତା, ଆଇନ କାନୁନ ବିଷୟରେ ଭଲ ଅଭିଜ୍ଞତାରେ ନିଖୁଣ ପୋଲିସ କର୍ମଚାରୀ ଭାବେ ଆଦୃତ ହୋଇଥାନ୍ତି । ଏହି ପୁରସ୍କାର ପାଇବା ପରେ ତାଙ୍କୁ ଟିଟିଲାଗଡ ଏସ୍‌ଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ, ଥାନାଧିକାରୀ ମନୋଜ କୁମାର ମୁଣ୍ଡା, ସହକର୍ମୀ ପୋଲିସ କର୍ମଚାରୀ ଏବଂ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

jayashree
Leave A Reply

Your email address will not be published.