୯୧ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ରିଜର୍ଭ ପୋଲିସ ପଡ଼ିଆ ଠାରେ ୯୧ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ ଯୋଗଦେଇ ବରପୁତ୍ର ଓ ଅମର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପୋଲିସର ଦାୟିତ୍ୱ ବହୁମୁଖୀ ବୋଲି କହିଥିଲେ । ଦେଶର ବିରୋଧୀ ଅସାମାଜିକ ବ୍ୟକ୍ତିକୁ ନିରୋଧ ବଟିକାକୁ ଦୃଢ଼ ସଂକଳ୍ପ ନେବାକୁ କହିଥିଲେ । ଏସପି ଶ୍ରୀ ନାୟକ ମହାମହିମ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିଲେ ଓ ସରକାରଙ୍କ ସମସ୍ତ ବ୍ୟବସ୍ଥାରେ ସୁରକ୍ଷିତ ଓ ଅପରାଧ ମୁକ୍ତ ଓଡିଶା ଗଠନରେ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ । ନିମନ୍ତ୍ରୀତ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ, ଏଡିସନାଲ ଡାଇରେକ୍ଟର ଅଫ ପ୍ରସିକୁଟର ହିମାଂଶୁ ପଣ୍ଡା, ପି. ପି. ମଧୁମିତା ଅମାତ୍ୟ, ଅତିରିକ୍ତ ଏସପି କେ.କେ ହରିପ୍ରସାଦ, ଏସଡିପିଓ ପ୍ରତାପ କୁମାର ରଣା, ଡିଏସପି ରେଣୁକା ସୁନା, ଚନ୍ଦ୍ର ଶେଖର ଶବର, ରାଜେଶ୍ୱରୀ ଭୋଇ, ସୁନିତା ପଧାନ ଓ ବୈକୁଣ୍ଠ ସେଠଙ୍କ ସମେତ ସମସ୍ତ ଥାନା ଅଧିକାରୀ, ପୋଲିସ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ମେଣ୍ଡା ଫାଣ୍ଡିର ଶ୍ରେଷ୍ଠ ଉପନିରୀକ୍ଷକ ଭାବେ ପ୍ରେମରାଜ ସାହୁ, ବୀରମହାରାଜପୁର ଥାନାର ସହକାରୀ ଉପନିରୀକ୍ଷକ ଭାବେ କୁମାରୀ କାନ୍ଦୁଲା ନାଗ, ସୋନପୁର ଆରଓ ର ଶ୍ରେଷ୍ଠ ହାବିଲଦାର ଭାବେ ସନ୍ତୋଷ ପାତ୍ର, ଶ୍ରେଷ୍ଠ ଓଆର କନଷ୍ଟେବଲ୍ ଭାବେ ବି. ପୁରୁଷୋତ୍ତମ୍ ପାତ୍ର, ଶ୍ରେଷ୍ଠ ଇପିଆର କନେଷ୍ଟବଲ ସୋନପୁର ଆରଓ ର ପଦ୍ମନ ବାଗ, ଶ୍ରେଷ୍ଠ ପୋଲିସ ଭାବେ ଭବାନୀ ହୋତାଙ୍କୁ ସୁବର୍ଣ୍ଣପୁର ଏସପିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ସୋନପୁର ଥାନାର ଏଏସଆଇ ରଞ୍ଜିତ ମହାପାତ୍ରଙ୍କୁ ରାଜ୍ୟ ସ୍ତରରୁ ଡିଜିପି ଡିକ୍ସ ଆୱାର୍ଡରେ ସମ୍ୱର୍ଦ୍ଧିତ କରାଯାଇଥିବା ବିଷୟ ଜିଲ୍ଲା ପୋଲିସ୍ ବିଭାଗରୁ ସୂଚନା ମିଳିଛି ।

Leave A Reply

Your email address will not be published.