ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠରେ ଉତ୍କଳ ଦିବସ ପାଳିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ଗ୍ରାମରେ ଥିବା ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ପ୍ରଧାନପଣ୍ଡିତ ଅକ୍ଷୟ କୁମାର ତ୍ୟାଗୀଙ୍କ ସଭାପତିତ୍ୱରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟବକ୍ତା ଭାବେ ଡ଼ଃ. ନାରାୟଣ ମିଶ୍ର ଯୋଗ ଦେଇ ଉତ୍କଲର ଇତିହାସ ଉପରେ ଆଲୋକପାତ କରିଥିଲେ । ପ୍ରଥମେ ଉତ୍କଳ ମାତାର ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ଛାତ୍ରଛାତ୍ରୀ ବନ୍ଦେ ଉତ୍କଳ ଜନନୀ ଗୀତ ଓ ପ୍ରାର୍ଥନା କରିଥିଲେ । ମଞ୍ଚରେ ଗିରିଧାରୀ ତ୍ୟାଗୀ, ରୋହିତ କୁମାର ରଣା, ରଶ୍ମିରଞ୍ଜନ ସାହୁ, ଅନିଲ ପୁଟେଲ,ବିଶ୍ୱ ଜାନୀ, ସୁରେନ୍ଦ୍ର ବାଗ, ବୈଚନ୍ଦ୍ର ରଣା, ଗଗନ ରଣା ପ୍ରମୁଖ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.