ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍କଳ ଦିବସର ସ୍ୱତନ୍ତ୍ର ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଓଡ଼ିଶା ଏପରି ଏକ ରାଜ୍ୟ ଯାହା ସାଂସ୍କୃତିକ ତଥା ଆଧ୍ୟାତ୍ମିକ ମହାନତାର କାଳଜୟୀ ପ୍ରତୀକ ଭାବେ ଉଭା ହୋଇଛି । ଓଡ଼ିଆ ସଙ୍ଗୀତ, କଳା ଏବଂ ସାହିତ୍ୟ ଭାରତକୁ ଅଗଣିତ ଉପାୟରେ ସମୃଦ୍ଧ କରିଛି । ଦୃଢ଼ ସଂକଳ୍ପ, ସରଳତା ଏବଂ ଉଷ୍ମତା ପାଇଁ ଜଣାଶୁଣା ଓଡ଼ିଶାର ଲୋକମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି । ଆଗାମୀ ସମୟରେ ଓଡ଼ିଶା ପ୍ରଗତିର ନୂତନ ଶିଖରରେ ପହଞ୍ଚୁ ବୋଲି ଶ୍ରୀ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ‘ଏକ୍ସ’ ରେ ପୋଷ୍ଟ କରିଛନ୍ତି;
“ଉତ୍କଳ ଦିବସର ସ୍ୱତନ୍ତ୍ର ଅବସରରେ ଶୁଭେଚ୍ଛା । ଓଡ଼ିଶା ଏପରି ଏକ ରାଜ୍ୟ ଯାହା ସାଂସ୍କୃତିକ ତଥା ଆଧ୍ୟାତ୍ମିକ ମହାନତାର କାଳଜୟୀ ପ୍ରତୀକ ଭାବେ ଉଭା ହୋଇଛି । ଓଡ଼ିଆ ସଙ୍ଗୀତ, କଳା ଏବଂ ସାହିତ୍ୟ ଭାରତକୁ ଅଗଣିତ ଉପାୟରେ ସମୃଦ୍ଧ କରିଛି । ଦୃଢ଼ ସଂକଳ୍ପ, ସରଳତା ଏବଂ ସହୃଦୟତା ପାଇଁ ଜଣାଶୁଣା ଓଡ଼ିଶାର ଲୋକମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି । ଆଗାମୀ ସମୟରେ ଓଡ଼ିଶା ପ୍ରଗତିର ନୂତନ ଶିଖରରେ ପହଞ୍ଚୁ ।’’
Prev Post