ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ଠାରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କଲା ଯୁବ ବିଜେଡି । ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଅଜିତ କୁମାର ଯୋଶୀଙ୍କ ନେତୃତ୍ୱରେ ବିଜୁ ପଟ୍ଟନାୟକଙ୍କୁ ଅପମାନିତ କରାଯାଇଥିବା ନେଇ ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଛି । ନିସର୍ତ କ୍ଷମା ନ ମାଗିଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି । ଜଣେ ସାଂସଦଙ୍କ ଠାରୁ ଏଭଳି ମନ୍ତବ୍ୟ ଆଶା କରା ନ ଯାଏ, ଯାହା ଓଡିଶାବାସୀଙ୍କୁ ଆଘାତ ଦେଇଛି । ବିଜୁବାବୁଙ୍କ ବିଷୟରେ କିଛି ନଜାଣି ତାଙ୍କ ବିଷୟରେ ଏଭଳି କହିଥିବାରୁ ସେ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ବିଜେଡି ପକ୍ଷରୁ ଦାବି କରାଯାଇଛି । ସାଂସଦଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏଥିରେ ମଣ୍ଟୁ ସରାଫ, କିରଟୀ ସାହୁ, ବାଳକୃଷ୍ଣ ଭାଟି, ନରେଶ ମାଝୀ, ପିଣ୍ଟୁ ଦାସ, ବାଲା ସାହୁ, କ୍ଷୀର ସାହୁ, ମିନିକେତନ ମାଝୀ, କେତନ ଭାଟି ପ୍ରମୁଖଙ୍କ ସହ ବହୁ ବିଜେଡି କର୍ମୀମାନେ ସାମିଲ ହୋଇଥିଲେ ।
Next Post