ବଙ୍ଗୋମୁଣ୍ଡା ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

  • ସାମଗ୍ରିକ ବିକାଶ ପାଇଁ ଶିକ୍ଷା ହିଁ ମୂଳମନ୍ତ୍ର

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବାଗଦେବୀ ସରସ୍ୱତୀ, ବିଘ୍ନ ବିନାଶକ ଶ୍ରୀ ଗଜାନନଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କଲାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ଆୟୋଜିତ ଏହି ସାଧାରଣ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ହରିରାମ ସତନାମୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ମୁଖ୍ୟବକ୍ତା ଭାବେ ବଙ୍ଗୋମୁଣ୍ଡା ବ୍ଲକ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅରୁଣ ଯୋଶୀ, ସମ୍ମାନିତ ଅତିଥି ବଙ୍ଗୋମୁଣ୍ଡା କ୍ଲଷ୍ଟର ସିଆରସିସି ଜିତାମିତ୍ର ବିଶି, ପୂର୍ବତନ ସିଆରସିସି ଜୟକର ବାଗ, ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଦୟବାନ ଛତ୍ରୀଆ, ବରିଷ୍ଠ କଳାକାର ରେଣୁ ରଞ୍ଜନ ବାଗ, ବଲାଙ୍ଗିର ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସଙ୍ଗଠନ ସମ୍ପାଦକ ହୁଲେଶ୍ୱର ହଂସ, କେଜିଭିବି ୱାଡେନ ଶଶିକଲା ବାଗ, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ କାର୍ଯ୍ୟକାରୀ ସଭାପତି ଅଶୋକ ନାରାୟଣ ଭୋଇ, ବିଶିଷ୍ଟ ଚିତ୍ରଶିଳ୍ପୀ ଘନଶ୍ୟାମ ମନହୀରା, ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୋଜରାଜ ବିଶ୍ୱାଳ, ସତନାମୀ ନଗର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତୀବ୍ରରାଜ ମେହେର, ସାମ୍ବାଦିକ ଅନିଲ ଖମାରୀ ପ୍ରମୁଖ ଯୋଗଦେଇ ଶିକ୍ଷା ସମାଜକୁ ଶୃଙ୍ଖଳିତ କରେ, ସମାଜ ଗଠନରେ ଶିକ୍ଷାର ଗୁରୁତ୍ୱ ରହିଛି । ଶିକ୍ଷା ବିନା ବ୍ୟକ୍ତିତ୍ୱର ବିକାଶ ହୋଇପାରିବ ନାହିଁ । ସାମଗ୍ରିକ ବିକାଶ ପାଇଁ ଶିକ୍ଷା ହିଁ ମୂଳମନ୍ତ୍ର । ନାରୀ ଶିକ୍ଷାକୁ ଗୁରୁତ୍ୱ ଦେଇ ଗଢି ଉଠିଥିବା ଏହି ଶତାୟୁ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି ହେଉ ବୋଲି ମଞ୍ଚାସୀନ ଅତିଥି ଗଣ ମତବ୍ୟକ୍ତ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ବବିତା ସାହୁ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଶିକ୍ଷକ ପୃଥିବୀରାଜ ଚାନ୍ଦ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ଶିକ୍ଷୟିତ୍ରୀ ଟିକେମଣି ପ୍ରଧାନ, ରିତା ବଂଶଲ, ସସ୍ମିତା ଦେବତା, ସୁନିତା ପ୍ରଧାନ, ଗାୟତ୍ରୀ ସାହୁ, ପାୟଲ ବାଗ, ରଶ୍ମିକାନ୍ତ ସିନ୍ଦୁର, ସୁଷମା ଛୁରା, ଶିଶୁ ସେବିକା ଖଜନିତା ଭୋଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.