ସେବିକାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରର କାର୍ଯ୍ୟରତ ସେବିକା ଶ୍ରୀମତୀ ଭଗବତୀ ଛଚାନଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସଭାପତି ପୃଥ୍ଵୀରାଜ ସାହୁ ସଭାପତିତ୍ଵ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଶିକ୍ଷା ବିକାଶ ସମିତି ବିଦ୍ୱତ ପରିଷଦର ସଭାପତି ଡ. ବାଞ୍ଛାନିଧି ପଣ୍ଡା ଯୋଗଦେଇ ମାନବ ଜୀବନ ସହ ଜଡିତ ଅଙ୍ଗ ଗୁଡ଼ିକର କାର୍ଯ୍ୟ ସମ୍ପାଦନ ବିଷୟରେ ଆଲୋକପାତ କରିଥିଲେ । ନିମନ୍ତ୍ରିତ ଅତିଥି ଭାବେ ଭକ୍ତଚରଣ ସାହୁ, ଉପ-ସଭାପତି ଗୋପାଳ କୃଷ୍ଣ ମିଶ୍ର, ସଦସ୍ୟା ମୋନାଲିସା ସ୍ୱାଇଁ ମଞ୍ଚାସୀନ ହୋଇ ଅବସର ନେଉଥିବା ଶ୍ରୀମତୀ ଭଗବତୀ ଛଚାନଙ୍କ ସମୟାନୁବର୍ତ୍ତିତା, ସ୍ନେହ ବତ୍ସଳତା ଆଦି ଅନେକ ସୁଗୁଣ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବରେ ଯୁଗ୍ମ ସମ୍ପାଦକ ଡ.ଟିକେଶ୍ଵର ନାଏକ ,ପୂର୍ବ ଛାତ୍ର ପରିଷଦ ସଦସ୍ୟ ସୁନୀଲ ଅଗ୍ରୱାଲ ଉପସ୍ଥିତ ଥିଲେ । ପରେ ପରେ ପରିଚାଳନା ସମିତି, ମାତୃ ଭାରତୀ, ଶିଶୁ ବିଦ୍ୟାମନ୍ଦିର ସହକର୍ମୀ , ଗୁରୁଜୀ ଗୁରୁମା ଙ୍କ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଶେଷରେ ସମ୍ପାଦକ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମା ଶୋଭାଯାତ୍ରାରେ ମାଉସୀଙ୍କୁ ତାଙ୍କର ଘରକୁ ଛାଡ଼ିବାକୁ ଯାଇଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.