ହଳଦୀ କଲ୍ୟାଣ ମଣ୍ଡପରେ ଜନମୁକ୍ତି ଅନୁଷ୍ଠାନର ୩୦ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ଜନମୁକ୍ତି ଅନୁଷ୍ଠାନର ସଭାପତି ବୈକୁଣ୍ଠ ବନଛୋରଙ୍କ ସଭାପତିତ୍ୱରେ ୩୦ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁରିବାହାଲ, ବେଲପଡ଼ା ଓ ତୁରେକେଲା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରୁ ଶତାଧିକ ମହିଳା ଓ ପୁରୁଷ ସଭ୍ୟସଭ୍ୟା ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ଡ. ଭଗବାନ ମହାନ୍ତି, ସମ୍ମାନିତ ଅତିଥି ରୂପେ ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସଭାପତି ଦୁର୍ଗାନନ୍ଦ ମହାକୁର, ପ୍ରେସ କ୍ଲବ ସଭାପତି ପ୍ରଫୁଲ୍ଲ କୁମାର ବଘାର ଓ ପରିଚାଳନା କମିଟିର ଟେଭା ସଗରିଆ, କପିଳାସ ଭୋଇ, ସଞ୍ଜୀବ କୁମାର ବାରିକ, ସୁବର୍ଣ୍ଣି ବାଗ ଓ ଲଳିତ ରଣା ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ସଭାରେ ଆଗତ ପ୍ରସ୍ତାବ ଅନୁଯାୟୀ ଅନୁଷ୍ଠାନର ବାର୍ଷିକ ପ୍ରଗତି ବିବରଣୀ ୨୦୨୫-୨୬ ଓ ବାର୍ଷିକ ଆର୍ଥିକ ବିବରଣୀ ଉପସ୍ଥାପନ ହୋଇଥିବା ସହ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଅଡିଟର ନିଯୁକ୍ତି ଏବଂ ୨୦୨୬-୨୭ ପାଇଁ ବାର୍ଷିକ ଯୋଜନା ଅଟକଳ ଗୃହୀତ କରାଯାଇଥିଲା । ଆବଶ୍ୟକତା ଓ ବର୍ତ୍ତମାନର ପରିଚାଳନା କମିଟିଙ୍କ ସଫଳ ପରିଚାଳନାକୁ ଦେଖି ଏହି କମିଟିର ଅବଧିକୁ ଆଗାମୀ ୫ବର୍ଷ ପାଇଁ ବୃଦ୍ଧି କରିବାକୁ ମଞ୍ଜୁରୀ ଦେଇ ତାଙ୍କର କାର୍ଯ୍ୟ ଜାରୀ ରଖିବା ଲାଗି ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଅତିଥିମାନେ ଜନମୁକ୍ତି ଅନୁଷ୍ଠାନର ୩୦ବର୍ଷର ସଫଳ ଯାତ୍ରାକୁ ପ୍ରଶଂସା ପୂର୍ବକ ସ୍ୱାସ୍ଥ୍ୟ, ଶିକ୍ଷା, ଦାଦନମୁକ୍ତି ଓ ପରିବେଶ ସୁରକ୍ଷାକ୍ଷେତ୍ରରେ ଗ୍ରାମସ୍ତରରେ କରାଯାଇଥିବା କାର୍ଯ୍ୟକୁ ସ୍ୱାଗତ କରିଥିଲେ । ବିଶେଷକରି କୋଭିଡ୍ ମହାମାରୀ ସମୟରେ ଘରେ ଘରେ ପହଞ୍ଚି ଜନସଚେତନତା ସୃଷ୍ଟି, ସମ୍ପୂର୍ଣ୍ଣ ଟୀକାକରଣ ଏବଂ ଆବଶ୍ୟକ ଖାଦ୍ୟ ଓ ସହାୟତା ସାମଗ୍ରୀ ବଣ୍ଟନକୁ ଅତିଥିଗଣ ପ୍ରଶଂସା କରିଥିଲେ । ଅନୁନ୍ନତ ମୁରିବାହାଲ ଅଞ୍ଚଳରେ ତୃଣମୂଳସ୍ତରରେ ଅନୁଷ୍ଠାନର ସଫଳ କାର୍ଯ୍ୟନିଷ୍ଠାକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଗ୍ରାମାଞ୍ଚଳ ସାମ୍ବାଦିକତା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ଦୁର୍ଗାନନ୍ଦ ମହାକୁର, ପ୍ରଫୁଲ କୁମାର ବଘାର, ସ୍ୱେଚ୍ଛାସେବୀ ସୁବର୍ଣ୍ଣି ବାଗ ଓ କପିଳାସ ଭୋଇଙ୍କୁ ମାନପତ୍ର ଓ ଟ୍ରଫି ସହ ସ୍ୱତନ୍ତ୍ର ରୂପେ ସମ୍ମାନିତ କରାଯାଇଥିଲା । ଚିତ୍ରଲେଖା ସାହୁ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ଚନ୍ଦନ ମେହେର, ସଞ୍ଜିତା ହାତୀ, କିରଣ ଜାଲ ଓ ଧର୍ମା ସାହୁ ସହଯୋଗ କରିଥଲେ । ଅନୁଷ୍ଠାନର କର୍ମୀ ଗୋପାଳ ମେହେର, ବିଧୁ ବାଗ, ଝସକେତନ ବସ୍ତିଆ, ସୁଶୀଲ ସାହୁ, ଜାନକୀ ଭୋଇ, କୁମଦିନୀ ପାତ୍ର, ବୈଷ୍ଣବୀ ମହାକୁର, ବିଦେଶି ବୁଡ଼େକ, ମତୀନ୍ଦ୍ର ବାଗ, ଚନ୍ଦ୍ରଚରଣ ସାହୁ, ପିଙ୍କି ଶିଖା, ସୁଶୀଲ ବାଗ, ଚନ୍ଦ୍ରକାନ୍ତ ହଂସ, ବୈଷ୍ଣବ ଛତର, ବିକ୍ରମ ରଣା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ କୁମାର ବନ୍ଦିଛୋର ଧନ୍ୟବାଦ୍ ଦେଇଥିଲେ ।

Leave A Reply

Your email address will not be published.