ଆଭା ଆନୁକୂଲ୍ୟରେ ଚାଇଁପୁର ପଞ୍ଚାୟତରେ ମାଗଣା ସ୍ୱାସ୍ଥ୍ୟ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଚାଇଁପୁର ପଂଚାୟତର ସଡାଙ୍ଗୋଇ ପ୍ରାଥମିକ ବିଦ୍ୟାଳୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଆଭା” ଦ୍ୱାରା ପ୍ରାୟୋଜିତ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରକୁ ଅନୁଷ୍ଠାନିକ ଭାବେ ଅନୁଷ୍ଠାନର ସହ ସମ୍ପାଦକ ଡାକ୍ତର କ୍ଷେତ୍ରବାସୀ ପ୍ରଧାନ ଉଦଘାଟନ କରିଥିଲେ । ଏଠାରେ ଉପସ୍ଥିତ ଥିଲେ ଯୁବ ସମାଜସେବୀ ଇଂ. ଦିପ୍ତୀରଂଜନ ପରିଡା, ସ୍ୱାସ୍ଥ୍ୟବିଭାଗ ଅଧିକାରୀ ନଗେନ ପ୍ରଧାନ, ଆଇନୀଜୀବୀ ଅନୁପ ପରିଡା ଓ ଅବସରପ୍ରାପ୍ତ ରେଳବାଇ ଅଧିକାରୀ ଯୁଧିଷ୍ଠିର ପରିଡା । ସମସ୍ତ ଅତିଥି ମାନଙ୍କୁ ଉତ୍ତରୀୟ ସହ ସମ୍ବର୍ଦ୍ଧନା ଦେଇ ଏହି ଶିବିରକୁ ସଂଯୋଜନା କରିଥିଲେ ଚାଇଁପୁର ପଂଚାୟତର ପ୍ରାକ୍ତନ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା । ସ୍ୱାସ୍ଥ୍ୟ ଶିବିରରେ ଡାକ୍ତର ଭବାନୀ ଶଙ୍କର ମହାପାତ୍ର, ହରିରାଜପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ତପନ ଦାସ, ଡାକ୍ତର କ୍ଷେତ୍ରବାସୀ ପ୍ରଧାନ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିବାବେଳେ, ଫାର୍ମାସିଷ୍ଟ ଉମେଶ ବରାଳ, ପୂଜାରାଣୀ ସେଠି, ସୋନାଲି ପ୍ରିୟଦର୍ଶିନୀ ଓ ଅଙ୍ଗନବାଡି କର୍ମୀ ପ୍ରମିଳା ପରିଡା, ଆଶା କର୍ମୀ ସଞ୍ଜୁଲତା ପୁରୀ, ଟୁକୁନା ପରିଡା ଓ କାମିନୀ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମକର୍ତ୍ତା ପୂର୍ଣଚନ୍ଦ୍ର ସାହାଣୀ, ଗୌରୀଶଙ୍କର ପରିଡା, ଜୟକୃଷ୍ଣ ସାହୁ, ମହନ୍ତ ମଲ୍ଲିକ ପ୍ରମୁଖ ଔଷଧ ବିତରଣରେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱରଂଜନ ପରିଡା, ସୁଦୀପ୍ତ ନାୟକ, ରଶ୍ମିରଂଜନ ପରିଡା, ଗନ୍ଧର୍ବ ବଳ, ୱାର୍ଡସଭ୍ୟ ହିମାଂଶୁ ପରିଡା, ରଂଜିତ ପରିଡା, ରଘୁ ରାଉତ, ପ୍ରଭାକର ପରିଡା, ମାନଗୋବିନ୍ଦ ପରିଡା, ଶଙ୍କର୍ଷଣ ଲେଙ୍କା, ଇଂ. ଆଶୁତୋଷ ପରିଡା ଓ ପ୍ରମିଳା ପରିଡା ପ୍ରମୁଖ ଶିବିର ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ସ୍ୱାସ୍ଥ୍ୟଶିବିରରେ ପ୍ରାୟ ୨୯୦ ଜଣ ବୃଦ୍ଧବୃଦ୍ଧା, ଶିଶୁ ଓ ମହିଳା ରୋଗୀମାନଙ୍କୁ ମାଗଣା ଚିକିତ୍ସା ସହିତ ମାଗଣାରେ ଔଷଧ ବିତରଣ କରାଯାଇଥିଲା । ଏଠାରେ ଏହି ଜନମଙ୍ଗଳ କାର୍ଯ୍ୟକ୍ରମ ପାଇଁ ଆଭା ଅନୁଷ୍ଠାନକୁ ଅଂଚଳବାସୀ ଭୂୟସୀ ପ୍ରଶଂସା କରିବା ସହିତ ଆଉ ଥରେ ଏହି ଅଂଚଳରେ ଏହିପରି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବାକୁ ଅନୁରୋଧ କରିଥିଲେ । ଏଥିରେ ପ୍ରାୟ ୨୫୦ ଉର୍ଦ୍ଧ୍ଵ ପରିବାର ଉପକୃତ ହୋଇଥିଲେ ।

Leave A Reply

Your email address will not be published.