ସଇଁନ୍ତଲାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଲୁକ ଇଲେଭେନ ଚାମ୍ପିଅନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ ଛୋକରବାଞ୍ଜି ରେଲୱେ ଷ୍ଟେସନ ନିକଟ ଖେଲପଡିଆରେ କ୍ରିକେଟ ଟିମ ଆନୁକୂଲ୍ୟରେ ଆୟୋଜିତ ହୋଇ ଥିବା ଟି ଟେନ କ୍ରିକେଟ ଟୁଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳରେ ଲୁକ ଇଲେଭେନ ଡୁମେରମୁଣ୍ଡା ଓ ସଇଁନ୍ତଲା ଟିମ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସଇଁନ୍ତଲା ଟିମ ଟସ ଜିତି ୮ଓଭରରେ ୩ ୱିକେଟ ହରାଇ ୧୫୮ ରନ ସଂଗ୍ରହ କରିଥିଲା । ତେବେ ଡୁମେରମୁଣ୍ଡା ୧୦୦ରନ କରି ପରାଜିତ ହୋଇଥିଲା । ଖେଳ ଧାରା ବିବରଣୀ ଆକାଶ ପାତ୍ର ପ୍ରଦାନ କରିଥିଲେ । ତେବେ ଉଦଯାପନି ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳ ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇ ଯୋଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଂଚ ଭିମ ସେନ ସ୍ୱାଇଁ, ସଇଁନ୍ତଲା ବ୍ଲକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ସମାଜସେବୀ ସୁରେନ୍ଦ୍ର ପ୍ରଧାନ ପ୍ରମୁଖ ମଂଚାସିନ ଥିଲେ । ଚାମ୍ପିଆନ ଦଳକୁ ୨୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିବା ବେଳେ କମିଟୀର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.