କଣ୍ଟାବାଞ୍ଜି, (କେପିଏନ୍ଏସ୍) : ଓଡିଶା ସରକାରଙ୍କ ତରଫରୁ ସାରା ରାଜ୍ୟରେ ଚଳିତ ଶିକ୍ଷା ବର୍ଷ ପାଇଁ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ହେବାକୁ ସ୍ଥିର ହୋଇଛି । ତୁରେକେଲା ବ୍ଲକ ଅନ୍ତର୍ଗତ ପଖନମୁଣ୍ଡା ଗ୍ରାମର ସମସ୍ତ ଶିଶୁ ଯେଭଳି ବିଦ୍ୟାଳୟରେ ନାମ ଲେଖେଇବେ ସେଥପ୍ରତି ଧ୍ୟାନ ଦେବାକୁ ପ୍ରୟାସ ଆରମ୍ଭ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସ୍ୱାକ୍ଷରିତ ନିମନ୍ତ୍ରଣ ପତ୍ର ପଖନମୁଣ୍ଡା ଗ୍ରାମର ବିଭିନ୍ନ ଘର ଘର ଯାଇ ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ ଦିଆଯାଇଥିଲା । ବିଦ୍ୟାଳୟର ଶିକ୍ଷକ ହରିଶଙ୍କର ସାହୁ, ବିରଞ୍ଚି ନାରାୟଣ ଦାଶ, ଅଲେଖ ବନଗୋଲା, ମନୋଜ ତାଣ୍ଡୀ, ଶିଶୁ ସେବିକା ଲଳିତା ମାଝୀ, ଶିଶୁ ପ୍ରଯତ୍ନକାରୀ ଭବାନୀ ମାଝୀ ଯେଉଁ ଶିଶୁମାନଙ୍କୁ ପାଞ୍ଚ ବର୍ଷ ଓ ଛଅ ବର୍ଷ ହୋଇଥିଲା ତାଙ୍କ ଘରକୁ ଯାଇ ସେମାନଙ୍କୁ ନିମନ୍ତ୍ରଣ ପତ୍ର, ପୁଷ୍ପଗୁଚ୍ଛ ଓ ବର୍ଣ୍ଣବୋଧ ବହି ପ୍ରଦାନ କରି ବିଦ୍ୟାଳୟରେ ନାମ ଲେଖେଇବାକୁ ଅନୁରୋଧ କରିଥିଲେ ।