csstore

ବିଶ୍ୱ ପଖାଳ ଦିବସ : ଯୋଗଦେଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତକାଲି ଅପରାହ୍ନରେ ସୋନପୁର ସ୍ଥିତ ରୂପ ରେସିଡେନ୍ସି ଠାରେ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ସପତ୍ନୀକ ଯୋଗ ଦେଇ ‘କାହିଁ କେଉଁ ଯୁଗରୁ ଆମ ଓଡ଼ିଆ ସଂସ୍କୃତି ପରମ୍ପରା ସହିତ ଯୋଡ଼ି ହୋଇଛି ଏହି ପଖାଳ ଯାହାକି ଜଗତର ନାଥ ଜଗନ୍ନାଥଙ୍କ ଅତି ପ୍ରିୟ ଅଟେ ଏହି ପଖାଳ ବୋଲି ମତ ରଖି ବୈଜ୍ଞାନିକଙ୍କ ମତରେ ଦେହ ଓ ମନ ପାଇଁ ପଖାଳ ଖୁବ୍ ଉପକାରିତା ବୋଲି କହିଥିଲେ । ଏହି ସଂସ୍କୃତି ପରମ୍ପରାକୁ ବଞ୍ଚାଇବା ଓ ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ାଇଥିବା ହୋଟେଲ ରୂପ ରେସିଡେନ୍ସିର ପ୍ରୋପାଇଟର ଜୟକୃଷ୍ଣ ସାଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଗୌରହରି ଦାଶ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଯୋଗ ଦେଇ ଥିବାବେଳେ ନିମନ୍ତ୍ରିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର, ମନୋରଞ୍ଜନ ତ୍ରିପାଠୀ, ମୃତ୍ୟୁଞ୍ଜୟ ଶତପଥି, ରତନ ପଟ୍ଟନାୟକ, ବିବେକା ନନ୍ଦ ମିଶ୍ର, ରାଜ କିଶୋର ତ୍ରିପାଠୀ, ସ୍ୱାଧୀନ ମେହେର, ମହାଦେବ ମଲ୍ଲିକ, ପୀତାମ୍ବର ମହାପାତ୍ର, ସଞ୍ଜୟ ସାହୁ ପ୍ରମୁଖ ଏହି ଦିବସରେ ଯୋଗ ଦେଇ ଆୟୋଜକ ହୋଟେଲ୍ ମାଲିକଙ୍କୁ ଉତ୍ସାହିତ କରିଥିଲେ ।

jayashree
Leave A Reply

Your email address will not be published.