csstore

ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଆନୁକୂଲ୍ୟରେ ବିଶ୍ୱ କବିତା ଦିବସ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଗୁଡଭେଲା ବ୍ଲକ୍ ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ବିଶ୍ୱ କବିତା ଦିବସ ଅନୁଷ୍ଠାନର ସଭାପତି ଡ. ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ, ସ୍ତମ୍ଭକାର ତଥା ବାଗ୍ମୀ ତୁଳସୀ ଜୈନ ଯୋଗ ଦେଇ ସମାଜ ଉପଯୋଗୀ ଓ ସୁବୋଧ୍ୟ କବିତା ରଚନା କରିବା ପାଇଁ ଆହ୍ୱାନ ଦେଇଥିଲେ । ସମ୍ବାଦ ସାହିତ୍ୟ ଘର ଦେଓଗାଁର ସଂପାଦକ ପ୍ରଦୀପ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ରଷ୍ଟାମାନେ ସମାଜର ପଥ ପ୍ରଦର୍ଶକ ହୁଅନ୍ତୁ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ଯୁଗଳ କିଶୋର ସାହୁ ଓ ସୁଶୀଳ କୁମାର ଦାସ ଯୋଗ ଦେଇଥିଲେ । ଅନୁଷ୍ଠାନର ସଂପାଦକ ଡ. ହେମନ୍ତ କୁମାର ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ସଭା ସଞ୍ଚାଳନ କରିଥିଲେ । କବୟିତ୍ରୀ ତୃପ୍ତିମୟୀ ତ୍ରିପାଠୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ମଞ୍ଚୀୟ କାର୍ଯ୍ୟକ୍ରମ ପରେ କବୟିତ୍ରୀ ବବିତା ନାୟକଙ୍କ ସଂଯୋଜନାରେ କବୟିତ୍ରୀ ହୀରାବତୀ ସାହୁ, କନକଲତା ପଣ୍ଡା, ରଞ୍ଜିତା ଦାସ ତଥା କବି ସନ୍ତୋଷ କୁମାର ବେହେରା, ଭକ୍ତବନ୍ଧୁ ସାହୁ, ପିତାମ୍ବର ସା, ଅବନୀ ସାହୁ, ନୀଲେଶ କୁମାର ଭୋଇ, ନରସିଂହ ମେହେର, ବୀରେନ୍ଦ୍ର ସୁନା, ସୁବଳ କୁମାର ସାହୁ, ସୁମନ୍ତ କୁମାର ରଣା, ପ୍ରହଲ୍ଲାଦ ଦଣ୍ଡସେନା, ନିତ୍ୟାନନ୍ଦ ଷଡ଼ଙ୍ଗୀ ଓ ଗୋବିନ୍ଦ ପ୍ରଧାନ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ଯୁଗ୍ମ ସମ୍ପାଦକ ଦେବାଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.