କର୍ମକାଣ୍ଡି ହୃଷୀକେଶ ମୁଣ୍ଡଙ୍କ ଅକାଳ ବିୟୋଗ

ଜୟପାଟଣା, (ଶେଷଦେବେ ବେହେରା) : ଜ୍ୟୋତିର୍ବିଜ୍ଞାନ ଓ କର୍ମକାଣ୍ଡ ଉପରେ ପାରଦର୍ଶିତା ସହ ରାଜ୍ୟ ଓ ରାଜ୍ୟ ବାହାରେ ନିଜକୁ ପରିଚିତ କରିଥିବା ଶାନ୍ତ ସ୍ଵଭାବର ହୃଷୀକେଶ ମୁଣ୍ଡ (୫୨)ଙ୍କ ରାୟପୁରର ଏକ ଘରୋଇ ଡାକ୍ତଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ଶୁକ୍ରବାର ଅପରାହ୍ନରେ ପରଲୋକ ହୋଯାଇଛି । ସ୍ୱର୍ଗତ ମୁଣ୍ଡ ଦିଲ୍ଲୀ ଗଜିଆବାଦ ସ୍ଥିତ ମହର୍ଷି ଆଶ୍ରମରୁ କର୍ମକାଣ୍ଡ ଓ ଜ୍ୟୋତିର୍ବିଜ୍ଞାନ ଉପରେ ଅଧ୍ୟୟନ କରି ସେହି ବିଦ୍ୟାକୁ ପାଥେୟ କରି ଆତ୍ମ ପରିଚୟ ସହିତ ଜଣେ ସମାଜ ସଂସ୍କାରକ ଭାବରେ ମଧ୍ୟ ପ୍ରତ୍ୟେକ ବର୍ଗର ଲୋକଙ୍କ ମଧ୍ୟରେ ଆଦୃତ ଥିଲେ । ଜନ୍ମମାଟି କଲମପୁର ବ୍ଲକର ହାରାମାଲ ହୋଇଥିବା ବେଳେ କର୍ମ ଭୂମି ଭାବରେ ଜୟପାଟଣାକୁ ଆପଣେଇ ଥିଲେ । ଜୟପାଟଣା ସିଦ୍ଧି ବିନାୟକ ମନ୍ଦିରର ପୂଜାରୀ ଥିବା ସମୟରେ ତାଙ୍କ ଶାନ୍ତ ସ୍ଵଭାବ ହେତୁ ଲୋକପ୍ରିୟତା ଅର୍ଜନ କରିଥଲେ । ରାୟପୁରରୁ ଗତ ଶୁକ୍ରବାର ରାତିରେ ମର ଶରୀର ଜୟପାଟଣା ପହଞ୍ଚିବା ପରେ ଶତାଧିକ ଜନତା ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ । ଅନ୍ତିମ ବେଳରେ ଭାଇ ବ୍ୟୋମକେଶ ଓ ସମସ୍ତ ପରିବାର ଉପସ୍ଥିତି ଥିଲେ । ଶନିବାର ସକାଳୁ ତାଙ୍କର ଅନ୍ତିମ ସଂସ୍କାର ସମୟରେ ଶତାଧିକ ଜନତା ଦୂର ଦୁରନ୍ତରୁ ଆସି ଅନ୍ତିମ ଦର୍ଶନ ଶହ ଶବାଧାରରେ ସାମିଲ ହୋଇଥିଲେ । ଦୁଇ ପୁଅ ସ୍ଵସ୍ତିକ ଓ ସୁମିତ୍ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.