ଏପ୍ରିଲ ୧ରେ ଘୋରଡିଆ ଦୟଣାଚୋରି ମେଳଣ ଜମାଣ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୟଣାଚୋରି ପର୍ବ ଅନୁରୂପ ଡେଲାଙ୍ଗ ବ୍ଲକ ତଥା ପୁରୀ ଜିଲ୍ଲାର ସର୍ବବୃହତମ ଗ୍ରାମ ଘୋରଡିଆ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀରାଧାକାନ୍ତ ଦେବ ଓ ଶ୍ରୀଶ୍ରୀ ରାଧାମୋହନ ଦେବଙ୍କ ଐତିହାସିକ ପ୍ରସିଦ୍ଧ ଦୟଣାଚୋରି ମେଳଣ ଜମାଣ ଉତ୍ସବ ଏପ୍ରିଲ ୧ ଆର୍ଥାତ ଶ୍ରୀ ଶିବ ଓ ବିଷ୍ଣୁଦମନକ ଚତୁର୍ଦ୍ଦଶୀ ବୁଧବାର ମଧ୍ୟ ରାତ୍ରରେ ଜମିବ । ଏପ୍ରିଲ ୪ ଶନିବାରରେ ମେଳଣ ଉଦଯାପିତ ହେବ ବୋଲି ମଠର ପରିଚାଳନା କତ୍‌ର୍ତ୍ତୃପକ୍ଷ ସୋମନାଥ ମଙ୍ଗରାଜ ଓ ପ୍ରହଲ୍ଲାଦ ବଳିୟାରସିଂହଙ୍କ ଠାରୁ ସୂଚନା ମିଳିଛି । ଚଳିତ ବର୍ଷ ଦୟଣାଚୋରି ମେଳଣ ଉତ୍ସବକୁ ଅଧିକ ସରସ ସୁନ୍ଦର, ଆକର୍ଷଣୀୟ କରିବା ପାଇଁ ୪ ଦିନ ବ୍ୟାପି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଲୋକନୃତ୍ୟ, ଭଜନ ସମାରୋହ, ମେଲୋଡି ଅନୁଷ୍ଠିତ ହେବ ବୋଲି ମେଳଣ ସାଂସ୍କୃତିକ ପରିଷଦ କତ୍‌ର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି । ଏଥିସହିତ “ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡିଆ ପାରିବାର” ପକ୍ଷରୁ ଏପ୍ରିଲ ୩ରେ ଦୟଣାଚୋରି ସାହିତ୍ୟ ଆସର-୨୦୨୬ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହେବ ।

Leave A Reply

Your email address will not be published.