ବଲାଙ୍ଗିର ଟାଉନ ପୋଲିସ ହାତରେ ଗଦାଗଦା ଗଞ୍ଜେଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ପୋଲିସ ହାତରେ ଗଦାଗଦା ଗଞ୍ଜେଇ । ଧରାପଡ଼ିଲେ ୩ ଗଞ୍ଜେଇ ଚୋରାଚାଲାଣକାରୀ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ସହରର ନୂଆ ବସଷ୍ଟେସନ ପାଖ ଇଣ୍ଡଷ୍ଟ୍ରିଏଲ୍‌ ଇଷ୍ଟେଟ ବ୍ରିଜ ପାଖରେ ୩ ଦୁର୍ବୃତ୍ତଙ୍କୁ ଧରିବାରେ ସଫଳତା ମିଳିଥିଲା । ପୋଲିସ ହାତରେ ଧରାପଡ଼ିଥିବା ଗଞ୍ଜେଇ ଚୋରାଚାଲାଣକାରୀ ମାନେ ହେଲେ ଉତ୍ତରପ୍ରଦେଶ ବଂଶାପୁରୱାର ରବି ପାଲ(୨୨), ବୌଦ୍ଧ ଜିଲ୍ଲା ଘଣ୍ଟାବଡ଼ା ଗିଧ୍‌ମାଲ ନିବାସୀ ଦିବେଶ ସାହୁ(୨୧) ଓ ଦେଓଗାଁ ସାଗରପାଲିର ରମେଶ ରଣା(୩୦) । ଅଭିଯୁକ୍ତ ମାନଙ୍କ ଠାରୁ ବଲାଙ୍ଗିର ଟାଉନ ପୋଲିସ ଏକ ମୋଟର ସାଇକେଲ, ୩ଟି ମୋବାଇଲ ଫୋନ, ୫ କିଲୋ ୮୦ ଗ୍ରାମ ଗଞ୍ଜେଇ ଏବଂ ୨୭ ହଜାର ଟଙ୍କା ନଗଦ ଅର୍ଥରାଶି ଜବତ କରିଥିବା ସୂଚନାରେ କୁହାଯାଇଛି । ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ବଲାଙ୍ଗିର ଟାଉନ ପୋଲସ ଷ୍ଟେସନରେ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଅବନୀ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.