ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି । ଶିଶୁ ମନ୍ଦିର ପରିସରରେ ଦିବା ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ କଥନ କରି ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଜୀବନାନନ୍ଦ ଶତପଥୀ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ହିନ୍ଦୁ ନବବର୍ଷ ବିଷୟରେ ଆଲୋଚନା କରିଥିଲେ । ସ୍ନିଗ୍ଧା ହାତୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଲୋପାମୁଦ୍ରା ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ବିଦ୍ୟା ମନ୍ଦିର ପରିସରରେ ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଉପସ୍ଥିତ ରହି ଅତିଥି ପରିଚୟ ପ୍ରଦାନ କରିବା ସହିତ ଉଦ୍ଦେଶ୍ୟ କଥନ କହିଥିଲେ । କାହିଁକି ହିନ୍ଦୁ ନବ ବର୍ଷ ପାଳନ କରାଯାଏ ସେ ବିଷୟରେ ଭାଇ ଭଉଣୀମାନଙ୍କୁ ମାର୍ଗଦର୍ଶନ କରିଥିଲେ । ସଂଗ୍ରାମ ପଟେଲ ହିନ୍ଦୁ ନବବର୍ଷର ମାହାତ୍ମ୍ୟ ବିଷୟରେ ଆଲୋକପାତ କରିଥିଲେ । ଭଉଣୀ ସହେଲି ସାହୁ ଓ ତନ୍ୱି ମୃଣାଳିନୀ ସୁନା ହିନ୍ଦୁ ନବବର୍ଷ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭଉଣୀ ସୋନାଲି ସାହୁ ସଂଯୋଜନା କରିଥିବା ବେଳେ ବିଦ୍ୟା ମନ୍ଦିର ପ୍ରମୁଖ ଦେବରାଜ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଭାଇଭଉଣୀମାନେ ପରସ୍ପରଙ୍କୁ ହିନ୍ଦୁ ନବବର୍ଷର ଅଭିନନ୍ଦନ ଜଣାଇଥିଲେ । ସମସ୍ତ ଗୁରୁଜୀ ଗୁରୁମାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।