ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ଏକ ସପ୍ତାହ ବ୍ୟାପୀ ଆୟୋଜିତ ଶ୍ରୀମଦ ଭାଗବତ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ଉଦଯାପିତ ହୋଇଯାଇଛି । ଏହି ଅବସରରେ କଥା ବ୍ୟାସ ଭାବେ ଶ୍ରୀପାଦ ଭକ୍ତି ବେଦାନ୍ତର ଶ୍ରୀଧର ମହାରାଜ, ବେଧାୟନ ମହାରାଜ ଓ ଶ୍ରୀଧର ଗୋସ୍ୱାମୀ ମହାରାଜଙ୍କ ସମେତ ସମସ୍ତ ସହକର୍ମୀମାନେ ଯୋଗଦେଇ ପ୍ରତିଦିନ ସନ୍ଧ୍ୟା ୬ଟା ରୁ ରାତି ୧୦ଘଣ୍ଟ ପର୍ଯ୍ୟନ୍ତ ଶ୍ରୀମଦ ଭାଗବତର ଦିବ୍ୟ ଶ୍ରବଣ କରାଇଥିଲେ । ପ୍ରତିଦିନ ସନ୍ଧ୍ୟାରେ ଅଞ୍ଚଳର ଶତାଧିକ ଭାଗବତ ପ୍ରେମୀଙ୍କ ସପରିବାର ଉପସ୍ଥିତ ରହି ଭଗବାନ ଶ୍ରୀ କୃଷ୍ଣଙ୍କ ଦିବ୍ୟ କଥା ଶ୍ରବଣ କରି ନିଜକୁ ଧନ୍ୟ ମନେ କରିଥିବା ବିଷୟ ଭକ୍ତମାନେ ପ୍ରକାଶ କରିଛନ୍ତି । ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ପରିଚାଳନା କମିଟିର ପଞ୍ଚାନନ ଚୌଧୁରୀ, ସନ୍ତୋଷ କୁମାର ମହାରଣା, ଶ୍ରୀ ପାଦ ସୁନ୍ଦର ଗୋପାଳ ଦାସ, ପ୍ରାଣକୃଷ୍ଣ ଦାସ, ବାବୁ ପାଣିଗ୍ରାହୀ, ଦ୍ୱିତୀକୃଷ୍ଣ ପାଢ଼ୀ, ବୈକୁଣ୍ଠ ସାହୁ, ସାଇବ ଓଝା, ଭଗବାନ ପଣ୍ଡାଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।