ଛତ୍ରପୁର ସ୍ପୋର୍ଟସ ଷ୍ଟାଡିୟମ ଠାରେ ଗଞ୍ଜାମ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ପୋର୍ଟସ ଷ୍ଟାଡିୟମ୍ ଠାରେ ଗଞ୍ଜାମ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ – ୨୦୨୬ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ଅନୁକ୍ରମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ସୁନୀଲ କୁମାର କେରକେଟା ଓ ଜିଲ୍ଲା କ୍ରୀଡା ଅଧିକାରୀ ତାପସ କୁମାର ସାମଲ, କ୍ରୀଡା ପ୍ରଶିକ୍ଷକ ପ୍ରମୁଖ ଉପସ୍ଥିତ ହୋଇ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ଆଜି ଆଥେଲେଟିକ (୮ ବର୍ଷରୁ ୧୪ବର୍ଷ ବୟସର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ବାଳକ ଓ ବାଳିକାମାନେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦ୍ୱିତୀୟ ସୋପାନ ୨୨.୦୩.୨୦୨୬ ଏବଂ ୨୫.୦୩.୨୦୨୬ରେ ଅନୁଷ୍ଠିତ ହେବ । ଏଥିରେ ଯଥାକ୍ରମେ ଖୋ-ଖୋ ଏବଂ ଭୋଲି ବଲ୍ ଖେଳ ପାଇଁ ପ୍ରତିଭା ଅନ୍ୱେଷଣ କରାଯିବ । ଏଣୁ ସମସ୍ତ ଶିଶୁ କ୍ରୀଡ଼ାବିତମାନଙ୍କୁ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.