ଦିଲ୍ଲୀପ ରାୟଙ୍କ ପାଇଁ ଦୀପ ପ୍ରଜ୍ଜ୍ୱଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ତଥା ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ଇସ୍ପାତ ନଗର କମିଟିର ସଭାପତି ଦିଲ୍ଲୀପ ରାୟଙ୍କ ରାଜ୍ୟସଭା ପ୍ରାର୍ଥୀ ଭାବେ ବିଜୟୀ କାମନା କରି ଶ୍ରୀଜଗନ୍ନାଥ ମନ୍ଦିର ଠାରେ ଦୀପ ପ୍ରଜ୍ଜ୍ୱଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଖଡ୍ଗ ଭବନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମହାସଭାର କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକ, ସାଧାରଣ ସମ୍ପାଦକ ଶଶଧର ପାତ୍ର, ବିପ୍ରଚରଣ ବିଶ୍ୱାଳ, ନାରାୟଣ ସାମଲ, ସୁବ୍ରତ ମଲ୍ଲିକ, କମ୍ୟୁନିଷ୍ଟ ଗୌଡ଼, ଗଙ୍ଗାଧର ନାୟକ, ହାଡିବନ୍ଧୁ ମହାପାତ୍ର, କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗଦେଇ ଶ୍ରୀ ରାୟଙ୍କ ବିଜୟ କାମନା କରି ତାଙ୍କ ର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ସୂଚନାଯୋଗ୍ୟ ଯେ, ଶ୍ରୀ ରାୟ ରାଉରକେଲାର ବିଧାୟକ, ତଥା ବିଭିନ୍ନ ପ୍ରଧାନମନ୍ତ୍ରୀଙ୍କ ଅମଳରେ କେନ୍ଦ୍ରମନ୍ତ୍ରୀ ଦାୟିତ୍ଵ ତୁଳାଇଥିଲେ । ଶ୍ରୀ ରାୟ ବିଜୟୀ ହେଲେ ଅବିଭକ୍ତ ରାଉରକେଲା ତଥା ରାଜ୍ୟର ଉନ୍ନତିରେ ସହାୟକ ହେବ ବୋଲି ମତପ୍ରକାଶ ପାଇଥିଲା ।

Leave A Reply

Your email address will not be published.