ରାଉରକେଲା, (ସସ୍ମିତା ପ୍ରଧାନ) : କ୍ୱାରୀ ସାଇଡିଂ, ଟିସ୍କୋ, ବାଲ ସୁଧାର ଗୃହ ସନ୍ନିକଟ ଶ୍ରୀ ଶ୍ରୀ ବୈଦ୍ୟନାଥ ମନ୍ଦିର ପରିସରରେ ମା’ ମଙ୍ଗଳାଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୧୦୮ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ମହିଳା ମାନଙ୍କ ମଧ୍ୟରେ ଏହାକୁ ନେଇ ଅନେକ ଉତ୍ସାହ ପରିଲକ୍ଷିତ ହୋଇଥିଲା । ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବେଦବ୍ୟାସ ଧାମରୁ କଳସ ଯାତ୍ରା ଆରମ୍ଭ ହୋଇ ବୈଦ୍ୟନାଥ ଶିବ ମନ୍ଦିର ପରିସରରେ ସମାପ୍ତ ହୋଇଥିଲା । ଶ୍ରୀ ଶ୍ରୀ ମା’ ମଙ୍ଗଳା ସିଦ୍ଧେଶ୍ୱରୀ ମନ୍ଦିର ପ୍ରତିଷ୍ଠାକୁ ନେଇ ଅଞ୍ଚଳରେ ଭକ୍ତ ଓ ଶୁଭେଚ୍ଛୁ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଭକ୍ତିଭାବ ଦେଖିବାକୁ ମିଳିଥିଲା । ଏହି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ପରମେଶ୍ୱର ପତିଙ୍କ ତତ୍ୱାବଧାନରେ ପ୍ରକାଶ କୁମାର ପଣ୍ଡା, ମୀନକେତନ ମିଶ୍ର, ଦାମୋଦର ପାଢ଼ୀ, ବିରୁପାକ୍ଷ ପାଣି, ଘନଶ୍ୟାମ ପଣ୍ଡା, ସୌମ୍ୟରଞ୍ଜନ ମିଶ୍ର, ପ୍ରାଣବନ୍ଧୁ ମିଶ୍ର, ହାଡିବନ୍ଧୁ ମିଶ୍ର ପ୍ରଭୁତି ପୂଜକ ଯୋଗଦେଇ ବୈଦିକ ମନ୍ତ୍ର ଉଚ୍ଚାରଣ ମାଧ୍ୟମରେ ଏକ ଆଧ୍ୟାତ୍ମିକ ପରିବେଶ ମନ୍ଦିର ପରିସରରେ ସୃଷ୍ଟି ହୋଇଥିଲା । ସୁଦର୍ଶନ ଦାଶ, ନିମାଇ ଚରଣ ପାଣିଗ୍ରାହୀ, ଭାଗ୍ୟଧର ରାଉତ, ପ୍ରଣତି ରାଉତ, ରଞ୍ଜିତା ସ୍ୱାଇଁ, ଆଶୁତୋଷ ଦାଶ, ରାଜେଶ କୁମାର ଜ୍ୟୋତିଷ, ବିଜୟ କୁମାର ଜେନା, ଶୁଭ୍ରାଂଶୁ ମହାପାତ୍ର, ମନୋଜ କୁମାର ନାୟକ, ଶୁଭ୍ରାଂଶୁ ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Next Post