ଅବସରପ୍ରାପ୍ତ ଶିକ୍ଷକ କୁଞ୍ଜବିହାରୀ କୁଅଁରଙ୍କୁ ବାନ୍ଦୁପଲା ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ଜାମପଦର ପ୍ରାଥମିକ ବିଦ୍ୟାଳୟର ଅବସର ଗ୍ରହଣ କରିଥିବା ବରିଷ୍ଠ ଶିକ୍ଷକ କୁଞ୍ଜବିହାରୀ କୁଅଁରଙ୍କୁ ବାନ୍ଦୁପଲା ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଚଲକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଜିତେନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ଭାବେ ମୁରିବାହାଲ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଦଣ୍ଡଧର ଭୋଇ, ମୁଖ୍ୟବକ୍ତା ରୂପେ ବାନ୍ଦୁପଳା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲିଲୁମୋହନ ପଧାନ, ସମ୍ମାନିତ ଅତିଥି ରୂପେ ଟିକ୍ରାପଡ଼ାର ଅବସରପ୍ରାପ୍ତ ଶିକ୍ଷକ ପ୍ରଦ୍ୟୁମ୍ନ ପଣ୍ଡା, ଚଲକିର ଅବସରପ୍ରାପ୍ତ ଶିକ୍ଷକ ମନୁ ଭୋଇ ଓ ଖୁଜେନପାଲି ବିଦ୍ୟାଳୟ ପ୍ରଧାନଶିକ୍ଷକ ଧର୍ମେନ୍ଦ୍ର କୁମାର ମାଝୀ ଯୋଗ ଦେଇଥିଲେ । ଅତିଥିମାନେ ଶ୍ରୀ କୁଅଁରଙ୍କ ଦୀର୍ଘ ଚାକିରି ଜୀବନର ଗୁଣାବଳି ବର୍ଣ୍ଣନା କରିଥିଲେ । ବିଦାୟୀ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ କୁଅଁର ନିଜ ତିନି ଦଶନ୍ଧିର ଅଙ୍ଗେ ନିଭାଇଥିବା ଶିକ୍ଷକତା ଅନୁଭୂତି ବର୍ଣ୍ଣନା କରି ଭାବବିହ୍ୱଳ ହୋଇପଡ଼ିଥିଲେ । ଏହି ଅବସରରେ ବାନ୍ଦୁପଲା ଆଞ୍ଚଳିକ ସାଧନ କେନ୍ଦ୍ରର ଶିକ୍ଷକ ଅର୍ଜୁନ ଭୋଇ, ସୁଶିଲ କୁମାର ଭୋଇ, ଋଷବ ଭୋଇ, କାହ୍ନୁଚରଣ ସେଠିଆ, ନନ୍ଦି କିଶୋର ଭୋଇ, ମହେନ୍ଦ୍ର କୁମାର ମାଝୀ, ଉଦୟଭାନୁ ସାହୁ, ନିମାନନ୍ଦ ଖମାରୀ, ଶୁଭରାଜ ବଗର୍ତ୍ତି, ଜ୍ୟୋତିରଞ୍ଜନ ବର୍ଗେ, କୃପାସିନ୍ଧୁ ଜେନା, ଯୁଧିଷ୍ଠିର ଗହୀର, ହେମନ୍ତ ଛତ୍ରିଆ, ଅନିଲ ପ୍ରଧାନ, ବୈକୁଣ୍ଠ ମେହେର, ହେମନ୍ତ ଭୋଇ, ପ୍ରକାଶ ପ୍ରଧାନ, ଶିକ୍ଷୟିତ୍ରୀ ସବିତା ମାଝୀ, ସବିତା ପ୍ରଧାନୀ, ଆରତୀ ସିଂ ବରିହା, ଦିବ୍ୟକାନ୍ତି ଭୋଇ, ଭାରତୀ କଟା, ରିତୁ ଭୋଇ, ସୌଦାମିନୀ ରାଜପଲିଆ, ଉମେଶ ମାଝୀ, ଜଗମୋହନ ରାଉତ ଓ ଜିତେନ୍ଦ୍ର କୁମାର ନାଗ ପ୍ରମୁଖ ଉପସ୍ଥିତ ଥିଲେ । ମଞ୍ଚ ପରିଚାଳନା ଶିକ୍ଷକ ଭୋଜରାଜ ପ୍ରଧାନ କରିଥିବା ବେଳେ ଜଇଁନ୍ତରା ଉଚ୍ଚପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ବଳରାମ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.