ମୁରିବାହାଲ ଡ଼ିଗ୍ରୀ କଲେଜରେ ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଗତ ଆଠଦିନ ଧରି ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିର ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅଧ୍ୟାପକ ଗୁଣସାଗର ମେହେର, ସମ୍ମାନିତ ଅତିଥି ଅଧ୍ୟାପକ ସୋମେଶ ଦତ୍ତ ହୋତା, ଦକ୍ଷ ପ୍ରଶିକ୍ଷିକା ଯାଜ୍ଞସେନୀ ମାଝୀ, ଆତ୍ମସୁରକ୍ଷା ତାଲିମ ଶିବିର କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ସରିତା ରଣା ଓ ମୁଖ୍ୟବକ୍ତା ରୂପେ ଓଡ଼ିଆ ଅଧ୍ୟାପକ ଦିଲ୍ଲୀପ ପଶାୟତ ଯୋଗଦେଇଥିଲେ । ଏହି ଅବସରରେ ଛାତ୍ରୀମାନେ କିପରି ଆତ୍ମ ସୁରକ୍ଷା କରିପାରିବେ ତଥା ନିଜକୁ ନିଜେ ସୁରକ୍ଷା ଦେବାର କୌଶଳ ବିଷୟରେ ବିଷଦ ଆଲୋଚନା କରାଯାଇଥିଲା । ଛାତ୍ରୀମାନେ ଆଠଦିନ ଧରି ପାଇଥିବା ତାଲିମର ଅନୁଭୂତି ବଖାଣିଥିଲେ ଓ ସେହି ଶିକ୍ଷାକୁ କିପରି କାର୍ଯ୍ୟରେ ପରିଣତ କରିବେ ଶପଥ ନେଇଥିଲେ । ସଭା ସଂଯୋଜନା ଅଧ୍ୟାପକ ଭ୍ରିଙ୍ଗରାଜ ରଣା କରିଥିବା ବେଳେ ଅଧ୍ୟାପକ ବାସୁଦେବ ଦଳାଇ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶରତ ପଧାନ, ଘନଶ୍ୟାମ ଖମାରୀ, ପ୍ରେମଚାନ୍ଦ ତାଣ୍ଡି, ପଙ୍କଜ ସାହୁ, ପର୍ଶୁରାମ ବାଗ, ଶୈଳୀକା ନାଏକ, ଯଶୋସ୍ମିତା ବେହେରା, ଚନ୍ଦ୍ରିକା ସାହୁଙ୍କ ସହ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ମହାବିଦ୍ୟାଳୟର ସମସ୍ତ କର୍ମଚାରୀବୃନ୍ଦ ସହଯୋଗ କରିଥିଲେ ।

Leave A Reply

Your email address will not be published.