ଯୁକ୍ତଦୁଇ ବିଜ୍ଞାନର ଗଣିତ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ

  • ୧୮ମାର୍କ ସିଲାବସ ବାହାରୁ ଆସିଲା ପ୍ରଶ୍ନ : ଗ୍ରେସ ମାର୍କପାଇଁ ଦାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ସୁରୁଖୁରୁରେ ଯୁକ୍ତଦୁଇ ପରୀକ୍ଷା ଚାଲୁଥିବା ବେଳେ ହଠାତ ଗଣିତ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଘୋର ନିରାଶା ସୃଷ୍ଟି କରିଥିବାବେଳେ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଯୁକ୍ତଦୁଇ ବିଜ୍ଞାନର ଛାତ୍ରଛାତ୍ରୀମାନଙ୍କ ଗଣିତ ପରୀକ୍ଷା ଥିଲା । ପରୀକ୍ଷା ହଲରେ ପହଂଚି ଛାତ୍ରଛାତ୍ରୀମାନେ ସିଲାବସ ବାହାରୁ ପ୍ରଶ୍ନ ଆସିଥିବା ଦେଖି ଚମକି ପଡ଼ିଥିଲେ । ପରୀକ୍ଷାରେ ସେଟ Cରେ ୨ନମ୍ବରର Cରେ କୋ ପ୍ଲାନରରୁ ୨ମାର୍କ, ୩ ନମ୍ବରର Aରେ ଡିଟରମିନାଣ୍ଟ ପ୍ରପର୍ଟିରେ ୩ମାର୍କ, କେ ପ୍ରଶ୍ନରେ ଡିଟରମିନାଣ୍ଟ ପ୍ରପର୍ଟିରୁ ୩ ମାର୍କ, ୪ନମ୍ବର ପ୍ରଶ୍ନ Aରେ ଏଲିମେଣ୍ଟ୍ରିର ଅପରେସନରୁ ୫ମାର୍କ, ପ୍ରଶ୍ନ Bରେ ଡିଟରମିନାଣ୍ଟ ପ୍ରପର୍ଟିରୁ ୫ମାର୍କର ପ୍ରଶ୍ନ ସିଲାବସ ବାହାରୁ ଆସିଥିବା ପରୀକ୍ଷା ପରେ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ସେଟC କେବଳ ଉଦାହରଣ ଦିଆଯାଇଛି । ସେଟ A, ସେଟB, ସେଟ Dରେ ମଧ୍ୟ ଅନ୍ୟ ନମ୍ବରରେ ଏହି ତ୍ରୁଟି ହୋଇଥିବା ଜଣାପଡିଛି । ତେବେ ଚଳିତ ବର୍ଷ ପରୀକ୍ଷା ନିୟନ୍ତ୍ରକଙ୍କ ଦ୍ୱାରା ସୁନ୍ଦର ଭାବରେ ପରୀକ୍ଷା ପରିଚାଳନା କରାଯାଉଥିବା ବେଳେ ଗଣିତ ପରୀକ୍ଷାରେ ଏପରି ତ୍ରୁଟି ପ୍ରଶ୍ନପତ୍ର ପ୍ରସ୍ତୁତ କରିଥିବା ଅଧ୍ୟାପକ ମଣ୍ଡଳୀ କଣ ସିଲାବସ ସମ୍ପର୍କରେ ଜାଣି ନଥିଲେ କି ବୋଲି ଅଭିଭାବକମାନେ ପ୍ରଶ୍ନ କରିବା ସହ ପିଲାମାନଙ୍କୁ ଏହି ପ୍ରଶ୍ନ ତ୍ରୁଟି ପାଇଁ ଗ୍ରେସ ମାର୍କ କିପରି ପ୍ରଦାନ କରାଯିବ, ତାହା ସ୍ପଷ୍ଟ କରିବାକୁ ଅଭିଭାବକମାନେ ପରୀକ୍ଷା ନିୟନ୍ତ୍ରକଙ୍କୁ ଅନୁରୋଧ କରିବା ସହ ଏପରି ଆଗକୁ ତ୍ରୁଟି କିପରି ନହେବ, ତାହା ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.