ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗୋଳନ୍ଥରା ଥାନା ପୋଲିସ ୭୫ ଲକ୍ଷ ଟଙ୍କା ଜମି ଠକେଇ ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଦୁଇ ଜମି ବ୍ରୋକର ଅଭିଯୁକ୍ତ ହେଲେ ବଡ ବଜାର ଥାନା ଅଞ୍ଚଳର ସୌମେନ୍ଦ୍ର ସାହୁ, ଶିବ ଶଙ୍କର ଚୌଧୁରୀ ବୋଲି ସୂଚନା ଦେଇଛନ୍ତି, ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍. । ଜମି କିଣା ବିକା ବେଳେ ଲୋକମାନେ ସଚେତନ ରୁହନ୍ତୁ ବୋଲି ଏସପି ସୂଚନା ଦେଇଛନ୍ତି ।