ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ତରଫରୁ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟରେ ଗଣଧାରଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ତଥା ଭାରତୀୟ ମୁକ୍ତି ମୋର୍ଚ୍ଚା ତରଫରୁ ଜିଲ୍ଲା ଆବାହକ ସରୋଜ କୁମାର ମେଶ୍ୱାଙ୍କ ନେତୃତ୍ୱରେ ୯ ଦଫା ସମ୍ମିଳିତ ଏକ ଦାବିପତ୍ର ବଲାଙ୍ଗିର ଜିଲ୍ଲାପାଳଙ୍କ ମାଧ୍ୟମରେ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ଏଥି ସହ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଓ ଧାରଣା ପ୍ରଦର୍ଶନ କରାଯାଇଥିଲା । ବିଭିନ୍ନ ବକ୍ତାମାନେ ୯ ଦଫା ଦାବିର ସମ୍ବନ୍ଧରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ୟୁଜିସି ବିଲ ୨୦୨୬ ସମର୍ଥନରେ ରାଜ୍ୟ କୋଷାଧ୍ୟକ୍ଷ ଓବିସି ମଂଚ ପରଦେଶୀ ବିଶ୍ୱାଲ ତାଙ୍କର ବକ୍ତବ୍ୟ ରଖିଥିଲେ । ଜାତି ଜନଗଣନା ଉପରେ ଓବିସିମାନଙ୍କୁ ଉପେକ୍ଷା କରାଯାଉଛି ବୋଲି ଜିଲ୍ଲା କୁଲୁତା ସମାଜ ସଭାପତି ଶଙ୍କର୍ଷଣ ପ୍ରଧାନ ତାଙ୍କ ବକ୍ତବ୍ୟରେ ରଖିଥିଲେ । ଏସ୍‌ସି ଏସ୍‌ଟି ପରି ଓବିସିମାନଙ୍କୁ ମଧ୍ୟ ପାର୍ଲାମେଣ୍ଟ ଠାରୁ ଆରମ୍ଭ କରି ଗ୍ରାମ ପଂଚାୟତ ସ୍ତରରେ ପ୍ରତିନିଧି ସଂରକ୍ଷଣ ବ୍ୟବସ୍ଥା ଯୋଗାଇ ଦେବାକୁ ବରିଷ୍ଠ ଶିକ୍ଷାବିତ ମନୋରଂଜନ ବିଶ୍ୱାଳ ବକ୍ତବ୍ୟ ରଖିଥିଲେ । ଆରଟିଇ ଏକ୍ସ ୨୦୦୯ କଡାକଡି କରିବା ପରିବର୍ତ୍ତେ ସରକାର ଆଇନ ଆଣି ୫୬୩୩ ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବା ଏବଂ ଶିକ୍ଷକ ନିଯୁକ୍ତିରେ ଟିଇଟି ଏକ୍ସଟ ବାଧ୍ୟତାମୂଳକ କରାଯାଉଛି ବୋଲି ଭୀମ ଆର୍ମି ସଦସ୍ୟ ନିକେସ କୁମ୍ଭାର ତାଙ୍କର ବକ୍ତବ୍ୟରେ କ୍ଷୋଭ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଉଲ୍ଲେଖିତ ଦାବି ଗୁଡିକ ପୂରଣ ନ ହେଲେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଏବଂ ଭାରତୀୟ ମୁକ୍ତି ମୋର୍ଚ୍ଚା ସାମ୍ବିଧାନିକ ଓ ଶାନ୍ତିପୂର୍ଣ୍ଣ ଉପାୟରେ ରାଷ୍ଟ୍ରବ୍ୟାପି ଜନ ଆନ୍ଦୋଳନ ଆହୁରି ତିବ୍ର କରାଯିବ ବୋଲି ଏହାର ସଭାପତି ଦ୍ୱିଜ ଦଳପତି ଚେତାବନି ଦେଇଥିଲେ । ଏଥିରେ ବିଭିନ୍ନ ସଂଗଠନରୁ ଲଳିତ କୁମାର ମହାନନ୍ଦ, ଦଣ୍ଡୁଆ କୁମ୍ଭାର, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଲୋକନାଥ ସୁନା, ମମତା ଛତ୍ରିଆ, ସନ୍ତୋଷ ଛତ୍ରିଆ, ଯଶୋବନ୍ତି ବରିହା, ଶୁବାଷିନୀ ସାହୁ, ସତ୍ୟ ବନଛୋର, ବିକ୍ରମ ମହାନନ୍ଦ, ରାମ ଶଙ୍କର ଶତପଥି, ରାଜେନ୍ଦ୍ର ପ୍ରସାଦ ସିଂଦେଓ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.