ଓଡ଼ିଶାରେ ୨୮ଟି ଆକାଶବାଣୀ କେନ୍ଦ୍ର ଏବଂ ୨୪ ଘଣ୍ଟିଆ ଟିଭି ଚ୍ୟାନେଲ୍ ଡିଡି ଓଡ଼ିଆ କାର୍ଯ୍ୟ କରୁଛି : କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ

• ରାଜ୍ୟର ଆକାଂକ୍ଷୀ ଜିଲ୍ଲାରେ ୧୨ଟି ଆକାଶବାଣୀ କେନ୍ଦ୍ର ରହିଛି: କେନ୍ଦ୍ର ମନ୍ତ୍ରୀ ଡକ୍ଟର ଏଲ ମୁରୁଗନ
• ବିଆଇଏନଡି ଯୋଜନାରେ ଆକାଂକ୍ଷୀ ଜିଲ୍ଲାରେ ଗୋଟିଏ ଟ୍ରାନ୍ସମିଟର ସମେତ ଓଡ଼ିଶାରେ ୬ଟି ଏଫଏମ୍ ଟ୍ରାନ୍ସମିଟର୍ ମଞ୍ଜୁର କରାଯାଇଛି:

ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପ୍ରସାର ଭାରତୀ ଓଡ଼ିଶାରେ ବ୍ୟାପକ ରେଡିଓ ଏବଂ ଟେଲିଭିଜନ ପ୍ରସାରଣ ସେବା ଜାରି ରଖିଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି,ଓଡ଼ିଶାରେ ଆକାଶବାଣୀର ୨୮ଟି ପ୍ରସାରଣ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି । ଏଥିମଧ୍ୟରୁ ୧୨ଟି କେନ୍ଦ୍ର ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଅବସ୍ଥିତ। ଡିଡି ଓଡ଼ିଆ ହେଉଛି ଓଡ଼ିଶା ପାଇଁ ଏକ ୨୪ ଘଣ୍ଟିଆ ସମର୍ପିତ ଟିଭି ଚ୍ୟାନେଲ। ଦୂରଦର୍ଶନ ଡିଡି ଫ୍ରି ଡିଶ୍ ମାଧ୍ୟମରେ ଫ୍ରି-ଟୁ-ଏୟାର ଡାଇରେକ୍ଟ-ଟୁ-ହୋମ୍ (ଡିଟିଏଚ) ସେବା ପ୍ରଦାନ କରିଥାଏ।ଏହାର ସିଗନାଲ ଓଡ଼ିଶାର ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ସମେତ ଦେଶର ଯେକୌଣସି ସ୍ଥାନରେମିଳିପାରିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।
କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଆହୁରି କହିଛନ୍ତି, ଦେଶରେ ଦୂରଦର୍ଶନ ଏବଂ ଆକାଶବାଣୀର ପ୍ରସାରଣ ଭିତ୍ତିଭୂମିର ଉନ୍ନତିକରଣ ଓ ଆଧୁନିକୀକରଣ ଲାଗି ବ୍ରଡକାଷ୍ଟିଂ ଇନଫ୍ରାଷ୍ଟ୍ରକ୍ଚର ଏଣ୍ଡ ନେଟୱର୍କ ଡେଭଲପମେଣ୍ଟ (ବିଆଇଏନଡି) ନାମକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି ଯୋଜନା ଓଡ଼ିଶାର ଆକାଂକ୍ଷୀ ଜିଲ୍ଲା ସମେତ ସାରା ଦେଶରେ କାର୍ଯ୍ୟକାରୀ ହେଉଛି। ବିଆଇଏନଡି ଯୋଜନାରେ ଓଡ଼ିଶାରେ ମୋଟ୍ ୬ଟି ଏଫଏମ୍ ଟ୍ରାନ୍ସମିଟର ସ୍ଥାପନକୁ ମଞ୍ଜୁରି ମିଳିଛି। ଏଥିମଧ୍ୟରୁ ଗୋଟିଏ ଆକାଂକ୍ଷୀ ଜିଲ୍ଲା କଳାହାଣ୍ଡି ପାଇଁ ମଞ୍ଜୁର କରାଯାଇଛି।
ଡକ୍ଟର ଏଲ. ମୁରୁଗନଙ୍କ ସୂଚନା ମୁତାବକ, ପ୍ରସାର ଭାରତୀ ୨୦୨୪ରେ ନିଜର ଓଟିଟିପ୍ଲାଟଫର୍ମ “ୱେଭ୍ସ”ରମଧ୍ୟ ଶୁଭାରମ୍ଭ କରିଥିଲା।ଏହା ଏକ ବହୁମୁଖୀ ଡିଜିଟାଲ ଷ୍ଟ୍ରିମିଂ ଏଗ୍ରିଗେଟର ପ୍ଲାଟଫର୍ମ ଯାହା ଇନଫୋଟେନମେଣ୍ଟ କାର୍ଯ୍ୟକ୍ରମ ପ୍ରସାରଣ କରିଥାଏ। ଏହା ସୂଚନା, ଶିକ୍ଷା ଏବଂ ସଂସ୍କୃତିର ବାର୍ତ୍ତାକୁ ସମସ୍ତଙ୍କ ପାଇଁ ସହଜରେ ଉପଲବ୍ଧ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଦୂରଦର୍ଶନ ଏବଂ ଆକାଶବାଣୀନେଟୱର୍କର ବିଭିନ୍ନ ଚ୍ୟାନେଲଗୁଡ଼ିକ ମଧ୍ୟ ୱେଭ୍ସ ସହ ଯୋଡ଼ି ହୋଇଛି । ଏହାବ୍ୟତୀତ, ଶ୍ରୋତାମାନେମୋବାଇଲ୍ ଫୋନରେ ‘‘ନ୍ୟୁଜ୍ଅନ୍ଏଆଇଆର’’ଆପ୍ ମାଧ୍ୟମରେ ୨୬୦ରୁ ଅଧିକ ଆକାଶବାଣୀ ଚ୍ୟାନେଲ ମଧ୍ୟ ଶୁଣିପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.