ଧାନ ବିକ୍ରି ସମସ୍ୟା ନେଇ ଜିଲ୍ଲାପାଳ ଅଫିସରେ ଗର୍ଜିଲା ବିଜେଡି

ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାରେ ଧାନ ବିକ୍ରି ସମସ୍ୟା ନେଇ ମଙ୍ଗଳବାର ଦିବା ୧୧ ଘଣ୍ଟା ସମୟରେ ଜିଲ୍ଲାପାଳ ଅଫିସରେ ଗର୍ଜିଲା ବିଜେଡି । ବରଗଡ଼ ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ଚାଷୀଙ୍କ ପାଇଁ ନାରାବାଜି କରିବା ସହ ଜିଲ୍ଲାପାଳ ଅଫିସ୍ ଘେରିଲା । ଚାଷୀ ଅଫିସ ସମ୍ମୁଖରେ ଧାରଣାରେ ବସିଥିବା ବେଳେ ଚାଷୀଙ୍କୁ କିଏ ତାଲା ମାରିଛି ବୋଲି ବିଜେଡି ପ୍ରଶ୍ନ କରିବା ସହ ତାଲା ନ ଖୋଲିଲେ ଭଙ୍ଗାଯିବ ବୋଲି ଚେତାବନୀ ଦେଇଥିଲା । ତେବେ କାହିଁକି ଆଜି ପର୍ଯ୍ୟନ୍ତ ଚାଷୀଙ୍କ ଧାନ ବିକ୍ରି ହୋଇପାରିନାହିଁ ସେନେଇ ଗର୍ଜିଥିଲେ ବିଜେଡିର ପ୍ରତିନିଧି ଦଳ ।

Leave A Reply

Your email address will not be published.