ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣ ଭାରତୀ ପରିବାର ଓ ଭାରତ ବିକାଶ ପରିଷଦ ମିଳିତ ସହଯୋଗରେ ସ୍ଥାନୀୟ ପଟାଭାଡ଼ି ସ୍ଥିତ ଦୟାନନ୍ଦ ପବ୍ଲିକ ପ୍ଲେ ସ୍କୁଲ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ସୋନପୁର ସହରର ସ୍ୱେଚ୍ଛାସେବୀ, ଇଂରାଜୀ ପୁସ୍ତକ ଲେଖିକା ତଥା ସୁସାହିତ୍ୟକ ୭୮ ବର୍ଷୀୟା ମହିଳା ଡ଼. କ୍ରିଷ୍ଣା ହୋତା ମୂଖ୍ୟ ଅତିଥି ଭାବେ, ସ୍ୱତନ୍ତ୍ର ଅତିଥି ଭାବେ ଉପଜିଲ୍ଲାପାଳ ଡ଼. ସୌମ୍ୟରୂପା ରଥ, ଭାରତ ବିକାଶ ପରିଷଦର ମହିଳା ସହଭାଗିତା ଆବାହିକା ଡ଼. ପ୍ରତିମା ରଥ, ଦୟାନନ୍ଦ ପବ୍ଲିକ ପ୍ଲେ ସ୍କୁଲ ଅଧ୍ୟକ୍ଷା କେ. କୁମାରୀ, ନିର୍ଦେଶକ ଶିବ ପାତ୍ର ଯୋଗଦେଇ ଏହି ମହିଳା ଦିବସ ପାଳନର ଉଦ୍ଦେଶ୍ୟ ଉପରେ ବିସ୍ତାର ଭାବେ ବୁଝାଇଥିଲେ । ଓ ସମାଜରେ ମହିଳା ମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କହି ପୁରୁଷ ମାନଙ୍କ ଠାରୁ ମହିଳାମାନେ କୌଣସି ଗୁଣରେ କମ୍ ନୁହେଁ ବୋଲି କହିଥିଲେ । ଅନୁଷ୍ଠାନ ପକ୍ଷରୁ ଉପ ଜିଲ୍ଲାପାଳ ଡ. ସୌମ୍ୟରୂପା ରଥଙ୍କୁ ଶ୍ରୀ ଗୋପାଳଜୀ ବିଭୁ କୃପା ସାଦ୍ଧିତ ସମ୍ମାନରେ ସମ୍ୱର୍ଦ୍ଧିତ କରାଯାଇଥିଲା । ସଭା ପୂର୍ବରୁ କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ସୁନନ୍ଦା ସାହୁ ଓ ଅଧ୍ୟାପକ କୈଳାଶ ଚାନ୍ଦ ହୋମ ହୱନ କରି ପରିବେଶକୁ ପବିତ୍ର କରିଥିଲେ । ଏହି ଅବସରରେ ଏକ ନାରୀ ଧର୍ମି କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଭାରତ ବିକାଶ ପରିଷଦର ସଭାପତି ଦୁର୍ଯ୍ୟୋଧନ ସାହୁ, ସଂପାଦକ ଅଧ୍ୟାପକ ଉମାକାନ୍ତ ନାଗ, କୋଷାଧ୍ୟକ୍ଷ ଅଧ୍ୟାପକ କ୍ଷୀରୋଦ ମେହେର, ପରିବାର ସେବା ପ୍ରମୁଖ ବୈକୁଣ୍ଠ ଶତପଥୀ, ସଂସ୍କାର ପ୍ରମୁଖ ହରି ଶଙ୍କର ମିଶ୍ର, ପର୍ଯ୍ୟାବରଣ ପ୍ରମୁଖ ସୁଶିଲ ପର୍ଡ଼ିଆ, ସଦସ୍ୟା ଗୀତାଞ୍ଜଳି ମିଶ୍ର ପ୍ରମୁଖ କାର୍ଯ୍ୟାକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କବିତା ପାଠ ଉତ୍ସବର କବୟିତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସୁବର୍ଣ୍ଣ ଭାରତୀ ସମ୍ମାନ ସମାରୋହର ସ୍ମରଣିକା “ଦିବ୍ୟତା”ର ଶୁଭ ଉନ୍ମୋଚନ ହୋଇଥିଲା । ଓ ସମସ୍ତ ସମ୍ୱର୍ଦ୍ଧିତ ପ୍ରତିଭାଙ୍କୁ ସ୍ମରଣିକା ପ୍ରଦାନ କରାଯାଇଥିଲା । ସ୍କୁଲ ଅଧ୍ୟକ୍ଷା କେ. କୁମାରୀ ସ୍ୱାଗତ ଭାଷଣ ପ୍ରଦାନ୍ କରିଥିବା ବେଳେ ପରିଷଦ ସଦସ୍ୟା କଳ୍ପନା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post