ଯାଜ୍ଞସେନୀ ଅନୁଷ୍ଠାନ ପାଳନ କରିଛି ଵିଶ୍ଵ ମହିଳା ଦିବସ ଏଵଂ ସମ୍ବର୍ଦ୍ଧନା ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୭ ସ୍ଥିତ କାର୍ଯ୍ୟାଳୟ ଠାରେ ଡଃ. ଜ୍ୟୋସ୍ନା ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଉଦଘାଟକ ଭାବରେ ସାରଦା ପ୍ରସାଦ ନାୟକ ବିଧାୟକ ରାଉରକେଲା, ଯୋଗ ଦେଇ ଆନୁଷ୍ଠାନିକ ଭାବରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଵା ସହିତ ଅନୁଷ୍ଠାନର ଉତ୍ତୋରତ୍ତର ଉନ୍ନତି କାମନା କରି ଆଗାମୀ ଦିନରେ ସାହାଯ୍ୟ ସହଯୋଗର ହାତ ବଢ଼େଇଵେ ବୋଲି ପ୍ରତିଶୃତି ଦେଇଥିଲେ । ମୁଖ୍ୟ ଅତିଥି ଭାବରେ ଦୁର୍ଗା ଚରଣ ତନ୍ତୀ ବିଧାୟକ ରଘୁନାଥପାଲି ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମରେ ଖୁସି ହୋଇ ଆଗାମୀ ଦିନରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ମହାପାତ୍ର ଯୋଗଦେଇ ବୈଦିକ ଯୁଗରୁ ଏଯାବତ୍ ନାରୀ ମନସ୍ତତ୍ତ୍ୱ ତଥା ସାମାଜିକ କଟକଣା ଭିତରେ ନାରୀର ଗତି ଓ ତାର ପରିସ୍ଥିତି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲେ ମଧ୍ୟ ସାମ୍ପ୍ରତିକ ସ୍ଥିତି ଉପରେ ବିଶେଷ ଭାବରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ମଞ୍ଜୁଳା କୁମାରୀ ରଥ ଜିଲ୍ଲା ଶିକ୍ଷା ନିରିକ୍ଷକ ଯୋଗ ଦେଇ ନିଜର ମତବ୍ୟକ୍ତ କରିଥିଲେ । ଡଃ. ଜ୍ୟୋସ୍ନା ପଟ୍ଟନାୟକ ଅବସରପ୍ରାପ୍ତ ଅଧ୍ୟକ୍ଷା ତଥା ଶ୍ରୀମା ଅରବିନ୍ଦ ଟ୍ରଷ୍ଟର ସଭାପତି ଏବଂ ବିଷ୍ଣୁପ୍ରିୟା ମହାପାତ୍ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା ବିଶିଷ୍ଟ ସାହିତ୍ୟିକଙ୍କୁ ” ଯାଜ୍ଞସେନୀ ସମ୍ମାନ -୨୦୨୬” ଙ୍କୁ ଉତ୍ତରୀୟ ମାନପତ୍ର ଅନୁଷ୍ଠାନର ସଭ୍ୟା ଫଟୋ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ସହରରେ ସଫେଇ କାର୍ଯ୍ୟ କରୁଥିବା ଗ୍ରୀନ୍ ଟିମର ମହିଳାମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ବିଜୟଲକ୍ଷ୍ମୀ ପଟ୍ଟନାୟକ ଅତିଥି ପରିଚୟ ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ସାଧାରଣ ସମ୍ପାଦିକା ନୀନା ରାଣୀ ଜେନା ଅନୁଷ୍ଠାନର ସଭାପତି ପ୍ରମିଳା ପଣ୍ଡା ପ୍ରେରିତ ମହିଳା ଦିବସର ସନ୍ଦେଶକୁ ପଠନ କରିବା ସହିତ କାର୍ଯ୍ୟକ୍ରମ ଉପରେ ସମ୍ୟକ ସୂଚନା ଦେଇଥିଲେ । ବିଶିଷ୍ଟ ସାହିତ୍ୟିକା ତଥା ଓଡ଼ିଶା ଲେଖିକା ସଂସଦ ସୁନ୍ଦରଗଡ଼ ଶାଖା ରାଉରକେଲାର ସାଧାରଣ ସମ୍ପାଦିକା ସ୍ନେହଲତା ନାୟକ ସ୍ୱରଚିତ ମହିଳା ଦିବସର ସଂଗୀତ ଗାନ କରିଥିଲେ । ଅନୁଷ୍ଠାନର ନୂତନ ସଭ୍ୟାମାନଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା । ଉପଦେଷ୍ଟା ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କୁ ଉପସଭାପତି ଭାବରେ ସ୍ୱାଗତ କରାଯାଇଥିଲା । ପୂର୍ବରୁ ସ୍କୁଲ ଓ ବସ୍ତିରେ ହୋଇଥିବା ପ୍ରତିଯୋଗିତା ଗୁଡିକର ଛାତ୍ରଛାତ୍ରୀମାନଙ୍କୁ ପ୍ରାଇଜ୍ ଓ ସାର୍ଟିଫିକେଟ ଦିଆଯାଇଥିଲା । ଅନୁଷ୍ଠାନର ସଭ୍ୟା ଓ ସଂଗୀତ ଗୁରୁ ପୁଲିନ୍ ରାଉତରାୟ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଡଃ. କଲ୍ୟାଣୀ ମିଶ୍ର ଓ ବିଜୟଲକ୍ଷ୍ମୀ ପଟ୍ଟନାୟକ ମାନପତ୍ର ପାଠ କରିଥିଲେ । ରୀନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡଃ. ଗୀତାଞ୍ଜଳି ପତ୍ରୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବ୍ରଜେନ୍ଦ୍ର ଦାସ, ଆଇନଜୀବୀ ବବିତା ମହାପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର, ସ୍ନେହଲତା ପଟ୍ଟନାୟକ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଅଶୋକ କୁମାର ଜେନା, ଜୟଶ୍ରୀ ସାବତ, ଆରତୀ ମିତ୍ର, ତୃପ୍ତି ପଟ୍ଟନାୟକ, ଜୟଶ୍ରୀ ବିଶ୍ଵାଳ, ସଵିନା ମହନ୍ତ, ଉଷା ଶତପଥୀ, ଲକ୍ଷ୍ମୀ ପ୍ରିୟା ବେହେରା, ସଙ୍ଗୀତା କେରକେଟା, ଅଞ୍ଜଳି ଜେନା, ମାନିନୀ ରଣା, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.