ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ନୂଆ ଟାଉନହଲ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଥମ ଦିନରେ ସକାଳ ୬.୩୦ ବେଳେ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ସୋନପୁର ମ୍ୟୁନିସିପାଲଟି ଚେୟାରମ୍ୟାନ ତାମସି ତମସ୍ମିତା ନାଏକ, ସାଂସଦ, ବଲାଙ୍ଗିରଙ୍କ ପ୍ରତିନିଧି ନଳିନୀ ପଣ୍ଡା, ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀ, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତ ରଂଜନ ମିଶ୍ର, ଯୋଗ ଟ୍ରେନର ମନୋଜ କୁମାର ପଣ୍ଡା, ଓ ରୁକୁଣି ମେହେର ସହ ବିଭିନ୍ନ ବର୍ଗର ମହିଳାମାନେ ଏବଂ ଖେଲୋ ଇଣ୍ଡିଆ ସେଣ୍ଟର ସୋନପୁର କୋଚ ପ୍ରମୁଖ ଯୋଗଦାନ କରିଥିଲେ । ଆଜି ପ୍ରଥମ ଦିବସ ଶକ୍ତି ସ୍ୱରୂପିଣୀ’ (Her Body | Her Power) ଅବସରରେ ମାନସିକ ସୁସ୍ଥତା ସକାଶେ ସାମୁହିକ ଯୋଗ ଅଧିବେଶନ / ସାମୁହିକ ଫିଟନେସ୍ ତଥା ଶାରୀରିକ କାର୍ଯ୍ୟକଳାପ (ଯେପରିକି ଜୁମ୍ବା, ଏରୋବିକ୍ସ) ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଆସନ୍ତାକାଲି ଆତ୍ମ ସୁରକ୍ଷା କୌଶଳ ଶିକ୍ଷା, ଯୁଡୋ, କେରାଟେ, ଇତ୍ୟାଦି ଉପରେ ତାଲିମ ପ୍ରଦାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଓ କ୍ରୀଡ଼ା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।