ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା)ବ୍ଲକ ଆଗଲପୁର ଠାରେ ନବନିର୍ମିତ ଥାନା ଗୃହ ତା-୬-୩-୨୬ ଶୁକ୍ରବାର ଉଦଘାଟିତ ହୋଇଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଭର୍ଚୁଆଲ ଜରିଆରେ ଉଦଘାଟନ କରିଥିଲେ । ଉକ୍ତ ଉଦଘାଟନୀ ଅବସରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୁଣନିଧି ମଲ୍ଲିକ, ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୁଳଦୀପ ମହାନ୍ତି, ଅତିରିକ୍ତ ତହସିଲଦାର ଫାଲଗୁନି ଶବର, ସାଂସଦ ପ୍ରତିନିଧି ଉମେଶ ପଟେଲ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିନିଧି ପିତାମ୍ବର କଣ୍ଟା ଆଗଲପୁର ବିଜେପି ମଣ୍ଡଳ ସଭାପତି ହିମାଂଶୁ ସାହୁ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇଥିଲେ । ଆଗଲପୁର ଥାନା ଅଧିକାରୀ ଅନିତା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ଉଦଘାଟନୀ ଉତ୍ସବରେ ଏଏସଆଇ ଦୀପ୍ତିମୟୀ ଶତପଥୀ, ଏସଆଇ ସୁଚିସ୍ମିତା ଜେନା, ଏଏସଆଇ ରାଜପ୍ରସାଦ ବିଶୋଇଙ୍କ ସହ ଆଗଲପୁର ଥାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
Next Post